STORYMIRROR

SumanKalyan Dash

Thriller

3  

SumanKalyan Dash

Thriller

କଣ୍ଢେଇ

କଣ୍ଢେଇ

1 min
556

ଏକା ଚାଲୁଥିଲା ଆଦି, କଲେଜ ରୋଡ୍ ରେ

ଜିଜ୍ଞାସା ସହ ସଂଶୟ ବି ଥିଲା ମନ ଭିତରେ ।

ହଠାତ୍ କିଏ ଆବାଜ ଦେଲା, କୋହଭରା

ଛୋଟ ଶିଶୁଟି ଜରାଜୀର୍ଣ୍ଣ ପୋଷକ ପିନ୍ଧା ।

କିଛି ଖାଇବୁ କି ବୋଲି ପ୍ରଶ୍ନ କଲା ଆଦି

ମୋମୋ,ଫାଷ୍ଟଫୁଡ୍ ସାମ୍ନାରେ 

ଛୁଆଟିର ମୁହଁ ଖୋଲନ୍ତା କେମିତି ।

କିନ୍ତୁ ଆଦି ସେତେବେଳେ ଅବାକ୍ ହେଲା

ଯେତେବେଳେ ଖାଇବା ବଦଳରେ 

କଣ୍ଢେଇଟେ ମାଗିଲା।

ଭୋକିଲା ପେଟ ବି 

ଶୈଶବକୁ ଜୀଇଁବାକୁ ଚାହୁଁଥିଲା

ହେଲେ ଆଦି ବୁଝିନଥିଲା

ଦୁଇପଦ ଗାଲି ଦେଇ ସେଠୁ ଚାଲିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller