STORYMIRROR

Pramod kumar Biswal

Abstract

2  

Pramod kumar Biswal

Abstract

ଅବାସ୍ତବତା

ଅବାସ୍ତବତା

1 min
109

ଦୂର ଆକାଶକୁ ଚାହିଁଲେ ଲାଗେ ସତେ ଅବା ଚାପି ଧରିବକୁ ଛାତି ତଳେ,ସତକୁ ଅନୁଭବକଲେ ଲାଗେ ଏହା ଆମ ମନରେ ଭ୍ରମିତ

ଦୂର ତାଳ ଗଛ ପଛେ ମିଶିଛି ଧରା ବକ୍ଷ ତଳେ,ବାସ୍ତବତାକୁ ବୁଝିଲେ ଏହା ଆମ ମନରେ ମୋହିତ

ସେହିପରି ତମ ପାଇଁ ଦେଖିଥିବା ସ୍ବପ୍ନ ସବୁ ଅବାସ୍ତବତା,କିନ୍ତୁ ବୁଝିକି ଅବୁଝା କୃଷ୍ଣସାର ମୃଗ ପରି ଧାଉଁଥାଏ ଅହରତ

ଜଣା ନାହିଁ ତମ ମନର ଆବେଗ ବିଶ୍ବାଷରେ ମୋ ହୃଦହ ତମ ସହ ଜଡିତ,ଥରେ ହୃଦୟରେ ଅନୁଭବ କର ଏ ମୋ ହୃଦୟ ତମପାଇଁ କେତେ ବ୍ୟାକୁଳିତ

ଅଭିମାନ କର ଠିକ୍ ସତ କିନ୍ତୁ ଏତେ ଅଭିମାନ ନକର ନପଡୁ ସଂର୍ପକରେ ଫାଟ,ତମେ ଯେ ବାସ୍ତବ ସ୍ବପ୍ନ ଅବାସ୍ତବ କେମିତି ବାନ୍ଧିବି ସେତୁ ବନ୍ଧ ସତ

ସ୍ବପ୍ନ ଆଉ ବାସ୍ତବତା ସହ କେମିତି ସେତୁ ବନ୍ଧ ବାନ୍ଧିବି,ଆଉ ତମକୁ ନୁହେଁ ତମଛବି ଟିଏ କେମିତି ପାଇବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract