STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ଆଉ ଲେଖିବିନି

ଆଉ ଲେଖିବିନି

1 min
132


ଲେଖିବିନି ଆଉ ଲୁହ ଏବେ ଯାହା ହସ ଲେଖିବି

ଲେଖିବିନି ଜମା ଦୁଃଖ ଏବେ ସବୁ ସୁଖ ଲେଖିବି, 


ଲେଖିବିନି ନିରାଶାର ଭାଷା ଆଶା ଶବଦ ଲେଖିବି

ଲେଖିବିନି ବିଷାଦ କଥା ଆନନ୍ଦ ଗାଥା ହିଁଲେଖିବି, 


ଲେଖିବିନି କଣ୍ଟା କେବଳ ଏଥର କୁସୁମ ଲେଖିବି

ଲେଖିବିନି ବିବେକ କଥା ଏବେ ମନ ହିଁ ଲେଖିବି,


ଲେଖିବିନି ବାସ୍ତବତା ଯାହା କଳପନା ହିଁ ଲେଖିବି

ରାଜନୀତି ଲେଖିବିନି ଏବେ ସେବକ ହିଁ ଲେଖିବି,


ରାଜତନ୍ତ୍ର ଲେଖିବିନି ଆଉ ଗଣତନ୍ତ୍ର କଥା ଲେଖିବି

ନିନ୍ଦା କାହିଁକି କରିବି ଏଥର ପ୍ରଶଂସା କଥା ଲେଖିବି, 


ଲେଖିବିନି ଶଙ୍କା ଭୟ ଭୀରୁ ଏବେ ସାହସୀ ଲେଖିବି

ମୃତ୍ୟୁ ଲେଖା ଲେଖିବିନି ଏଥର ଜୀବନ ହିଁ ଲେଖିବି, 


ରାତି ଅନ୍ଧାର ଲେଖିବିନି ସୂର୍ଯ୍ୟ ସକାଳ କୁ ଲେଖିବି

ମଶାଣି ଲେଖା ଛାଡ଼ି ମନ୍ଦିର ଈଶ୍ବର କଥା ଲେଖିବି, 


ଘୃଣା ସମାଲୋଚ଼ନା ନୁହେଁ ପ୍ରେମ ଭାଇଚାରା ଲେଖିବି

ସତ ଆଉ ଲେଖିବିନି ଏଥର ମିଛ ମାୟା ଲେଖିବି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract