ଆଉ କିଛି ଅଛି
ଆଉ କିଛି ଅଛି
ଉଈହୁଙ୍କା ମାଟି ଖାଲି ମାଟି ନୁହେଁ ଆହୁରି ରହିଛି କିଛି,
କବିତାର ଶବ୍ଦ, ଶବ୍ଦ ନୁହେଁ ଖାଲି ଭାବ ପ୍ରେମ ଭକ୍ତି ଅଛି |
ପୁସ୍ତକରେ ଖାଲି ଶିକ୍ଷା ରହିନାହିଁ ସେଥିରେ ରହିଛି ଜ୍ଞାନ,
ନାରୀଟିଏ ଖାଲି ମଣିଷ ନୁହେଁ ସେ ଐଶ୍ଵର୍ଯ୍ୟରେ ପରିପୂର୍ଣ୍ଣ |
ଶିଶୁଟିଏ କ୍ଷୁଦ୍ର ମାନବ ନୁହେଁ ସେ ଭବିଷ୍ୟତ କର୍ଣ୍ଣଧାର,
ଭୋଗପାଇଁ ଖାଲି ଧନ ଲୋଡ଼ା ନୁହେଁ ଦାନପାଇଁ ଦରକାର |
ଗଛଟିଏ ଖାଲି ଫଳଦିଏ ନାହିଁ ଦିଏ ପୁଣି ଅମ୍ଳଜାନ,
ମଞ୍ଜିଟିଏ ଖାଲି ଗଛ ହୁଏନାହିଁ ଖାଦ୍ୟପାଇଁ ପ୍ରୟୋଜନ |
କାଠ ପଥରରେ ଖାଲି ଘର ନୁହେଁ ଗଢାହୁଏ ଦେବ-ଦେବୀ,
ସହିବା ଲୋକଟି ଦୁର୍ବଳ ନୁହଇଁ ତା' ହାତରେ ଥାଏ ଚାବି |
ଫୁଲରେ କେବଳ କୋମଳତା ନାହିଁ ରହିଛି ସେଥିରେ ବାସ,
ଦୁଃଖୀର ଆଖିରେ ଖାଲି ଲୁହନାହିଁ ଲୁଚି ରହିଥାଏ ହସ |
