Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଆଉ ଭାଙ୍ଗନାହିଁ ଜାତିକୁ

ଆଉ ଭାଙ୍ଗନାହିଁ ଜାତିକୁ

1 min
169



ସୁନ୍ଦର ସୃଷ୍ଟିରେ ମାନବ ଜାତିରେ ନାହିଁ କିଛି ଭିନ୍ନାଭିନ୍ନ,

କିଏ ପୂରେଇଲା ଭେଦ-ଭାବ ପୁଣି ନେଇ ଜାତି ଧର୍ମ ବର୍ଣ୍ଣ ?


ଯିଏ ଯେଉଁ ଭାଷା କହୁଛି ସେ କହୁ ପୂଜୁଥାଉ ତା'ର ଈଷ୍ଟ,

ଗୋରା କଳା ଭେଦାଭେଦ କିଏ କଲା ଆମକୁ ଲାଗୁଛି କଷ୍ଟ |


ସମ୍ପ୍ରଦାୟ ଗୋଷ୍ଠୀ ଗଢ଼ାହୁଏ ସିନା ସହଯୋଗ ବୃଦ୍ଧିପାଇଁ,

ଅନ୍ୟ ଈଷ୍ଟ-ଭାଷା- ରଙ୍ଗ ଚଳଣିକୁ କେବେ ବି ନିନ୍ଦିବା ନାହିଁ |


ନିଜ ରୁଚିରେ ଯେ ପିନ୍ଧୁଛି- ଖାଉଛି- କହୁଛି କହୁ ତା' ଭାଷା,

ଆମେ ରୁଚିପୂର୍ଣ୍ଣ ବ୍ୟବହାର କଲେ ପୂରିବ ସଭିଙ୍କ ଆଶା |


ବାବାଜୀ ମାତାଜୀ ଗୁରୁଜୀଙ୍କୁ ନେଇ କରନାହିଁ ଆଉ ମେଳି,

ଗୋଷ୍ଠୀ ସଂପ୍ରଦାୟ ବହୁତ ହେଲାଣି ଲାଗୁଛି ଅଯଥା କଳି |


ମଣିଷ ଜାତିକୁ ଭାଗଭାଗ କରି କରିଦେଲ ଖଣ୍ଡଖଣ୍ଡ,

ନିରୀହ ଜନତା ଭେଳିକିରେ ପଡ଼ି ହେଉଛନ୍ତି ଲଣ୍ଡଭଣ୍ଡ |



Rate this content
Log in

Similar oriya poem from Classics