STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଆଉ ଆସନା ଆସନା ଗାନ୍ଧୀ ହେ

ଆଉ ଆସନା ଆସନା ଗାନ୍ଧୀ ହେ

1 min
235

ଆଉ ଆସନା ଆସନା ଗାନ୍ଧୀ ହେ

ତୁମ ନୀତି ବାଣୀ ସମାଧି ନେଲାଣି

ନିଶା ଦେଇଅଛି ଛନ୍ଦି ହେ, ଆଉ


ଧୃତରାଷ୍ଟ୍ର ସଭା ତଳେ ଯେଊଁପରି

କପଟ ପଶା ର ଖେଳ ହେଉଥିଲା

ଆଜି‌ ରାଜନୀତି ଲାଗେ ସେହିପରି

ପବିତ୍ର ଭବନେ କରନ୍ତି ସେ ପାଲା

କୁଟିଳ ସକୁନି ପାତେ ମାୟା ଜାଲ

(ସେ) ଜାଲେ ହୋଇ ଯିବ ଛନ୍ଦି ହେ, ଆଉ


କେ କାହାକୁ ଫିଙ୍ଗେ ପାଣ୍ଢୋଇ ସେଠାରେ

କଳିଗୋଳ ନିତି ଠେଲାପେଲା ଚାଲେ

ରାଗ, ହିଂସା, କ୍ରୋଧ ସବୁରି ମନରେ

ତୁମ ନୀତି ବାଣୀ ସବୁ ଭୁଲିଗଲେ

ତୁମ ନାମ ନେଇ ଯେତେ ଅପକର୍ମ

ଦେଖି କିଆଁ ହେବ ଧନ୍ଦି ହେ, ଆଊ


କୁଟୀର ଶିଳ୍ପ ତ ଛୁଟି ନେଇଅଛି

ମଦ ଶିଳ୍ପ ଗାଆଁ ଗାଆଁ ରେ ହେଲାଣି

ତୁମ ପ୍ରତିମୂର୍ତ କି ଅବା କାନ୍ଦୁଛି

ହୃଦୟେ ଅନେକ ଭାବନା ଭାଳେଣି 

ଦେଖି ଦେଖି ଶେଷେ ହତୋତ୍ସାହ ହୋଇ

ତୁମେ ହୋଇଯିବ ଛନ୍ଦି ହେ, ଆଉ


ଆଜିବି ଦାରିଦ୍ର୍ୟ ଘୋଟିରହିଅଛି

ଅଇଁଠା ପତର ଗୋଟାଇ ଚାଟଇ

ଭୋକ ବିକଳତ ଅସହ୍ୟ ହୋଇଛି

ତୁମ ରାମ ରାଜ୍ୟ ଏମିତି ଆସଇ

ଛାତି ଫଟା ଏହି ଦୃଶ୍ୟ ଦେଖି ଦେଖି

ଫେରିଯିବ କାନ୍ଦି କାନ୍ଦି ‌ହେ, ଆଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics