ଆତ୍ୟାଚାର ହଉନି କି ଅସହ୍ୟ.???????
ଆତ୍ୟାଚାର ହଉନି କି ଅସହ୍ୟ.???????
ଯାହା ମନ ଚାହେଁନା କରିବାକୁ ସେଇ କାର୍ଯ୍ୟ ଯଦି କରା ହୁଏ,
ତାକୁ କେବେ କ୍ଷମା କରିକି ହୁଏ।
ଆପଣାର ବୋଲି ଯଦି ଜଣେ ସର୍ବସ୍ୱ ଲୁଟି ନିଏ, କହି କି ପାରିବ
ତାକୁ କେବେ କ୍ଷମା କରିକି ହୁଏ.. ???
ବେଟୀ ବଚାଓ ସ୍ଲୋଗାନ ଦେଇ ଶାସକ ଦୁଃଖ ସମୟେ ଦୁରେଇ ଯାଏ
ତାକୁ କେବେ କ୍ଷମା କରିକି ହୁଏ.. ???
ନବୁଲେଇ ହାତ ପୀଡିତ ଦେହରେ ନଦେଇ ସାହସ ବଇଦର ବେଶ ଧରି ବୁଲୁଥିଲେ
ତାକୁ କେବେ କ୍ଷମା କରି କି ହୁଏ.. ???
ନଥାଇ ଜୀବନେ ସଂସ୍କାର ଭାବ, କି ହେବ ଲେଖିଲେ ହଜାରେ ଶବ୍ଦରେ ଦେଶପ୍ରେମ ରଚନା ଉପମା ଥୋଇ.. ???
ଏ ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁ କହିବାକୁ ଅଛି ଅସରନ୍ତି କଥା
ଲୁହ, କାନ୍ଦର ସାଇତି ରଖିଥିବା ଅନୁଭୂତି ଆଉ ଅନୁଭବର କଥା
ନାରୀର କ୍ରୋଧ, ତା'ର ସ୍ୱାଭିମାନ, ଓ ପ୍ରତିବାଦ ସ୍ୱରର କଥା
ସାମ୍ପ୍ରତିକ ସମୟରେ ନାରୀ ପ୍ରତି ହେଉଥିବା ବର୍ବରତାର କଥା
ସରଳ ମଣିଷଟିଏ,
ମନଥାଏ ସତ୍ୟ ଆଉ ଶାନ୍ତିକୁ
ଉଚ୍ଚ ରଖେ ନିଜ ମସ୍ତକକୁ,
ନିଜ ସମ୍ମାନ ବଞ୍ଚାଇବାକୁ,
ସାହାସ ଥାଏ ଏକା ଲଢ଼ିବାକୁ,
ଡରେନି ବାଆ ବତାସକୁ |
ଯଦି ମଣିଷର ଥାଏ,
ରୂପରେ ମାଧୁର୍ଯ୍ୟତା ,
ହୃଦୟରେ କୋମଳତା,
ପରଶରେ ଶୀତଳତା,
ନୟନରେ ପବିତ୍ରତା,
ସମସ୍ତ ମନକୁ କରେ ଆନନ୍ଦିତା I
ପ୍ରେମ ପ୍ରୀତିର ସେ ସମ୍ମିଶ୍ରଣ,
ମଣିଷର ଆତ୍ମା ପ୍ରତି ଥାଏ ସମ୍ମୋହନ,
ଦୋଷ କଲେ କରେ ଆତ୍ମ ସମର୍ପଣ,
କଣ୍ଠରେ କରେ ଅମୃତର ଦାନ,
ତାର ଗୁଣ ସବୁ ଜଗାଏ ସ୍ପନ୍ଦନ,
ସବୁରି ଶୀର୍ଷରେ ସିଏ ପାଏ ଆସ୍ଥାନ |
ଯେଉଁଠି ଥାଏ ଏହି ସବୁ ଗୁଣ,
ମିଳିବକି ତାହାର ସନ୍ଧାନ,
ନିର୍ଭୀକ ଥାଏ ତାର ମନ,
ଧନ୍ୟ ଧନ୍ୟ ସେ ଜୀବନ,
ଧନ୍ୟ ଧନ୍ୟ ତାର ବୁଦ୍ଧି ଜ୍ଞାନ,
ଜଗତେ ପାଏ ବହୁ ସମ୍ମାନ |
କ୍ଷେତ, ଜଙ୍ଗଲ ନୁହେଁ, ଗଣଧର୍ଷଣ ପର୍ବ,
ଚାଲେ ଦଳବଦ୍ଧ ସଡ଼କ ଉପରେ
ବର୍ବରତାର ଚିତ୍ର ଦେଖେ ଲଙ୍ଗଳା ଆଖି ଓ
ଲଙ୍ଗଳା ଦେହ ଏ ଦେଶରେ,
ସ୍ବାର୍ଥ ମନୋଭାବ ସ୍ବାର୍ଥ ପ୍ରଦର୍ଶନ ପରର
ଦେଖ ନିନ୍ଦିତ କୁଟିଳ ଚିତ୍ର,
ଦୁଷ୍କର୍ମ ଟସ୍କର ସବୁଙ୍କର ଜାଣି ଶୁଣି
ଭୋଟ ପାଇଁ କେତେ ମନ୍ଦ ଚରିତ୍ର |
ଦଳବଦ୍ଧ ହୋଇ କୁଢ଼ କୁଢ଼ ଲୋକଙ୍କ
ଉପରେ ଅତ୍ୟାଚାରର ଧ୍ୱନି
ଅଛି ନ୍ୟାୟାଳୟ, ପୋଲିସ,
ଆଇନ ଶୃଂଖଳାର ତାଲା ପଡିଲାଣି,
କି କ୍ଷମତା ଲୋଭ ଓ ଦଳୀୟ ସ୍ୱାର୍ଥ,
ରକ୍ଷକ ରଣକ୍ଷେତ୍ର ସୃଷ୍ଟି କଲାଣି
ରାଜ ରାସ୍ତା ଓ ସମଗ୍ର ଭୂମି ରଣକ୍ଷେତ୍ର,
ହସଇ ଦେଶ ଶତ୍ରୁ ବାହିନୀ |
ନାରୀ କୁହେ ଆମେ ଫିଙ୍ଗି ଦଉଛୁ ଆମ ଲୁଗା,
ଚଲାଅ ତୁମ ଅତ୍ୟାଚାର
ପୋତି ଦିଅ ଗେରୁ ପତାକା, ପୋଛ ତୁମ
ପାପ ରକ୍ତକୁ ସେଥି ଉପର,
ଦିଶେ ଦେଖ ଧର୍ମ ନାମ ଧରି ଏ ମଣିଷ
ଧାରୁଆ ତରବାରୀ ବନ୍ଧୁକ ଚଲାଉ ଅଛି |
ପଦ ଧନ୍ୟ ହୁଏ ଅଧିକାରୀ ନେଇ,
ନାମ ଯଶ ଖ୍ୟାତି ପଦ ଅନୁଯାୟି କର୍ମକୁ ନେଇ,
ଆପଣାକୁ ଜଗିବା ମୋହରେ ଦେଖରେ ଭାଇ,
ସରବ ବନ୍ଧ ବାଡ ଭାଙ୍ଗି ମେଲୁଛି ଘାଇ,
ପାର୍ଲ୍ୟାମେଣ୍ଟରେ ଏ ଦେଶେ,
ନାରୀ ନିର୍ଯ୍ୟାତନାକୁ ଦଳୀୟ ରୂପ ଦେଉଛି,
ନିଜକୁ ଅତି ବୁଦ୍ଧିଆ ଭାବି ଧର୍ମ ନାମେ
ପ୍ରଚାର କରେ ଧରମ ରକ୍ଷା କରୁଛି,
କ୍ଷମତାରେ ନେତା ରହିବା ପାଇଁ,
ସରବ ଭେଦଭାବର ବାଣୀ ପ୍ରଚାର କରାଇ,
କ୍ଷମତାରେ ରହିବାକୁ ବାଛି ନେଇଛି,
ରକ୍ତ ବୁହାଇବାର ପନ୍ଥା ଓ ଖେଳ ଖେଳେଉଛି |
ହେ ମଣିଷ ଯଦି, ତୁମେ ଟିକିଏ ଭାବ,
ଦେଶର ଅଖଣ୍ଡତା ଏପରି କଲେ କିପରି ରହିବ,
ରାଜନୀତିର ବଦମାସ ଖେଳର ହାତ,
ସବୁଦିନେ ନିୟନ୍ତ୍ରଣରେ ଦିନେ ନା ଦିନେ ନରହିବ,
ନାରୀ ଜାତିର ସମ୍ମାନ ହ୍ରାସ କରୁଛ ଯେବେ,
ରହିଛି କି ରାବଣ, କିଚକ, ଦୁଃଶାସନ ଅବା ଦୁଃର୍ଯ୍ୟୋଧନ ତେବେ,
ହେଉଛି ଆଜି ନିରାଶ୍ରୟର ପରାଭବ,
ନାରୀ ଜାତିର ପରାଭବ,
ତାହା ଦିନେ ଚଣ୍ଡୀ ଚାମୁଣ୍ଡାର ରୂପ ଧରିବ |
