Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ଆତଙ୍କର ମହୋତ୍ସବ

ଆତଙ୍କର ମହୋତ୍ସବ

1 min
356


ତୁମେ ତ କହିଲ ଶାସ୍ତ୍ରରେ

ବୀର ଭୋଗ୍ଯା ବସୁନ୍ଧରା

ଏଇଟା କାଳେ ଯୁଗଧର୍ମ

ଅନାଦି କାଳର ରୀତି !

ହେଲେ ଏଠି ବୀର କିଏ ?

କାହାର ଛତ୍ରଛାୟା ତଳେ

ଆଶ୍ରିତା ଏଇ ସସାଗରାଧରା ?

କ୍ରୁର ଜେହାଦୀ ଆତଙ୍କବାଦୀ

ଯିଏ କଥା କହେ ଶସ୍ତ୍ରରେ

ସ୍ନାନ କରେ ତାଜା ରକ୍ତରେ

ମାତୃଜାତି ଉତ୍ପୀଡ଼କ ଜହ୍ଲାଦ

କି ହୋଇବ ବୀର ପଦବାଚ୍ୟ ?

ଯେବେ ଯେବେ ବଦଳି ଯାଏ

ବୀରର ସଂଜ୍ଞା ବୀରତ୍ବର ପରିଭାଷା

ଛଳ ବଳ କୌଶଳରେ

ଛଦ୍ମଯୁଦ୍ଧରେ ବି କେହି

ହାତେଇ ପାରେ ଶାସନ ଡୋରି

ବଜାଇ ବିଜୟ ଭେରି !

ଆତଙ୍କର ମହୋତ୍ସବରେ

ଗଦା ଗଦା ବାରୁଦର ବିସ୍ଫୋରଣରେ

ଇଶ୍ବରଙ୍କ ନାମରେ ନେଇ ପାରେ

ପଦ ଓ ଗୋପନୀୟତାର ଶପଥ

ଧର୍ମର ଦ୍ବାହି ଦେଇ

ଲାଗୁ କରେ ଅନ୍ଧାରୀ ଆଇନ୍

ମଣିଷକୁ ଇତର ପଶୁ ମଣି

କରି ପାରେ ବର୍ବର ଅତ୍ଯାଚାର

ଇଏ ବୀର ଅବା ସୈତାନ୍ ?

ବିଧାତାର ଚରମ ରସିକତା

ଅବା ନିୟତିର ନିଠୁର ପରିହାସ

ପଳାତକ ଦସ୍ୟୁ ସର୍ଦ୍ଦାର

କ୍ଷଣିକରେ ପାଲଟି ଯାଆନ୍ତି

ହର୍ତ୍ତା କର୍ତ୍ତା ମହାମାନ୍ଯ ମାନ୍ୟବର

ଅଲାଜୁକ ପଣରେ କହନ୍ତି

ଆମକୁ ଦିଅ ମାନ୍ୟତା କରିଣ

ଆମ୍ଭର ସହୃଦୟ ମିତ୍ରତା ସ୍ୱୀକାର ।


Rate this content
Log in