STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଆତଙ୍କିସ୍ଥାନ

ଆତଙ୍କିସ୍ଥାନ

2 mins
268


ତୁମେ ଗାଉଥାଅ ଗର୍ବେ ଗଣତନ୍ତ୍ରର ସଙ୍ଗୀତ

ରଟୁଥାଅ ଅହରହ ବିଶ୍ବଭାତୃତ୍ବର ମହାମନ୍ତ୍ର

ପଢୁଥାଅ ଧର୍ମନିରପେକ୍ଷତାର ଚାଟଶାଳୀ ପାଠ

ଦୋହରାଉଥାଅ ଶାନ୍ତି ମୈତ୍ରୀ ପ୍ରୀତି ପ୍ରଗତି

ସମତା ଅହିଂସା ଦୟା କ୍ଷମା ତ୍ଯାଗର ବାର୍ତ୍ତା

ଥାଉ ତୁମ ପାଶେ ତୁମ ତପସ୍ୟା ତୀତିକ୍ଷା

ଦେଉଥାଅ ତୁମେ ସହିଷ୍ଣୁତାର ଅଗ୍ନି ପରୀକ୍ଷା

ବାର ବାର ବାରମ୍ବାର ବିଶ୍ବ ଦରବାରେ

ସାଜୁଥାଅ ସ୍ବଘୋଷିତ ଆଧ୍ୟାତ୍ମିକ ବିଶ୍ବଗୁରୁ

କୁହ ତ କାହାକୁ ଅବା କଣ ମିଳିବ ସେଇଥିରୁ??

ଆମେ ମୌଳବାଦୀ ସନ୍ତ୍ରାସବାଦୀ ଉଗ୍ରବାଦୀ

ଜଳାଇ ଚଉଦିଗେ ଧାର୍ମିକ ବିଦ୍ଵେଷର ବହ୍ନି

ଫୁଟାଇ ଗୁଳି ଗୋଳା ତୋପ କମାଣ ବନ୍ଧୁକ

ଗଢିବୁ ବିଶ୍ବରେ ଆତଙ୍କବାଦର ସାମ୍ରାଜ୍ୟ

ଉଡାଇବୁ ସନ୍ତ୍ରାସର ରକ୍ତରଞ୍ଜିତ ଧ୍ବଜା ସର୍ବତ୍ର

ବନ୍ଧୁକ ମୁନରେ ହାସଲ କରିବୁ କ୍ଷମତା ଲଗାମ

ଆତଙ୍କ ଖେଳାଇ କରିବୁ ସାରା ଦୁନିଆଁରେ ଶାସନ

ଲଂଘିଯିବୁ ଆମେ ବର୍ବରତାର ସବୁ ସୀମାରେଖା

ଆନ୍ତର୍ଜାତୀୟ ଚୁକ୍ତି ଆଇନକାନୁନ ମାନବାଧିକାର

ଆମ ପାଇଁ କେବଳ ମାତ୍ର ଧର୍ମକୁ ଆଖିଠାର!!

ଆମେ ହିଁ ତ ଆଜନ୍ମରୁ ସାଜିଛୁ ଆତଙ୍କବାଦୀ

ହୃଦୟ ବିହିନ ବର୍ବର ଦୁର୍ଦ୍ଦଶ କଟ୍ଟରପନ୍ଥୀ

ମତାନ୍ଧ ଧର୍ମାନ୍ଧ କାମାନ୍ଧ ଜହ୍ଲାଦ ଜେହାଦୀ

ଆମ ପାଶେ ନାହିଁ ଦୟା ମାୟା କ୍ଷମା ମମତା

ଆତଙ୍କ ବଳରେ ସଦା ଲୋଡ଼ା ଆମକୁ କ୍ଷମତା

ଆତଙ୍କ ହିଁ ଆମର ଏକମାତ୍ର ଅମେଘ ଅସ୍ତ୍ର

ଗରିଲା ଯୁଦ୍ଧରେ ଆମେ ନିପୁଣ ସିଦ୍ଧହସ୍ତ

ଆମ ଠାରୁ ବିଶ୍ବ ମହାଶକ୍ତି ହୋଇଛି ପରାସ୍ତ

ଆତ୍ମଘାତୀ ବିସ୍ଫୋରଣେ ଆମେ ଯିବୁ ସ୍ବର୍ଗପୁରୀ

ତହିଁରେ ଲଭିବୁ ଅସଂଖ୍ୟ ଅକ୍ଷତ ସୁନ୍ଦରୀ!!

ଆଉ ଲାଗେ ନାହିଁ ଭଲ ପବିତ୍ରସ୍ଥାନର ନାମ

ବଦଳାଇ ରଖିବୁ ତାହାରେ ଆମେ ଆତଙ୍କିସ୍ଥାନ

ଆତଙ୍କବାଦର ଏନ୍ତୁଡ଼ି ଶାଳ ଆମରି ଜନ୍ମମାଟି

ଆତଙ୍କ ଯେ ଦୁନିଆର ନୂତନ ମତବାଦ ଧର୍ମଧାରା

ଦୁନିଆରେ ଅଗ୍ରଣୀ ଆମେ ଆତଙ୍କର ଜନ୍ମଦାତା

ଆତଙ୍କକୁ ପାଳି ପୋଷି କରିଛୁ ସର୍ବଗ୍ରାସୀ ବଳିଷ୍ଠ

ଆମ କ୍ରୁରତା ପାଶେ ଦିନେ ନିଶ୍ଚେ ନୋଇଁବ ମଥା

ପ୍ରାଚ୍ୟ ପାଶ୍ଚାତ୍ୟର ଯେତେ ଉନ୍ନତ ଧନାଢ୍ୟ ସଭ୍ୟତା

ଶକ୍ତିଶାଳୀ ସାମରିକ ମେଣ୍ଟ ଜାତିସଂଘ ଯୋଡ଼ ହସ୍ତେ

ସାଜିଥିବେ କିଂକର୍ତ୍ତବ୍ଯବିମୁଢ ନିରବ ନିର୍ବାକ ଦର୍ଶକ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy