ଆତଙ୍କ ଠୁ ଆତଙ୍କବାଦୀ
ଆତଙ୍କ ଠୁ ଆତଙ୍କବାଦୀ
ଆତଙ୍କ ;
ଘର ଠୁ ବାହାର
ଗାଁ ଠୁ ସହର
ସବୁଠି ତା'ର ଘର ।
ଆତଙ୍କବାଦ;
ଜନକ ଅଟେ ତାର ବିବାଦ
ବଂଚିବା ପାଇଁ ଲୋକେ ଗଣନ୍ତି ପ୍ରମାଦ
କିଏ କହେ ସେ ଜନ୍ମ ହୋଇଛି
ଆତଙ୍କର ଛାତି ଚିରି ,
ଦେଶ ପ୍ରଦେଶ ଧର୍ମ ସମ୍ପ୍ରଦାୟ
ସବୁଠି ଗଲାଣି କାୟା ବିସ୍ତାରୀ ।
ଆତଙ୍କବାଦୀ ;
ହେଲେ କିଏ ତାର ପ୍ରତିବାଦୀ
ଭୁଲିଯାଏ ସେ ମଣିଷପଣିଆ,
ହାଟ ବଜାର ଗିର୍ଜା ମସଜିଦ
ସବୁଠି ଲଗାଏ ସେ ନିଆଁ ।
ଭାଇ ଭଉଣୀ ବାପା ମାଆ
ଶୁଣି ତା ନାଁ ହୁଅନ୍ତି ଛାନିଆଁ ।
ସରଳଙ୍କୁ ମାରି ଦେଖାନ୍ତି ବହପ
ବିଜୟ ହୋଇଛି ଭାବି କରନ୍ତି ପ୍ରଳାପ ।
ଯୁଦ୍ଧରେ ହୁଏ ଖାଲି ବିନାଶ
ନ୍ୟାୟ ମିଳୁଛି ଭାବି ହେଉ ନିରାଶ।
ସହୋଦର ଏମାନେ ତୋର
ସଂହାର କରିବା ଆଗୁଁ ମନକୁ ପଚାର ,
ମନେ ତୋର ଅହଂକାର ହୋଇଛି ସବାର,
ତ୍ଯାଗ ବିନା ଆତ୍ମଜଙ୍କୁ
ରକ୍ତ ରେ ଜୁଡୁବୁଡୁ
କରୁ ତୁ ଏ ସାରା ସଂସାର ।
