STORYMIRROR

Nibedita Mishra

Tragedy

2  

Nibedita Mishra

Tragedy

ଆତ୍ମକଥା

ଆତ୍ମକଥା

1 min
14.2K


ମନୁଷ୍ଯ,ସମାଜେ ଏକ ପିଞ୍ଜରାବିହୀନ ସାମାଜିକ ବନ୍ଦୀ,

କର୍ତ୍ତବ୍ଯ ଓ ଦାୟିତ୍ବର ବେଡିଦ୍ବୟ ତାକୁ ରଖିଛନ୍ତି ବାନ୍ଧି।

ଭାଗ୍ଯକରେଯେ ତା'ପାଇଁ ଜୀବନଚର୍ଯ୍ଯା ଯଦିଓ ନିର୍ଦ୍ଧାରିତ,

ଜନ୍ମ ଜନ୍ମାନ୍ତର ର ସୁକର୍ମ ଓ କୁକର୍ମ କୁ କରି ଆଧାରିତ।

ଘେରି ରହିଛି ତା'କୁ ଶୃଙ୍ଖଳା ନିୟମର ପ୍ରଶସ୍ତ ପାଚେରୀ,

ସମ୍ପର୍କର ବୋଝ ମୁଣ୍ଡେଇ ଚାଲେ ସେ ବିଶ୍ବାସର ଡୋର ଧରି।

ଦେହରେ ବିଛେଇ ରହିଛି ତା'ର ମାୟା ମୋହର ସୂକ୍ଷ୍ମଜାଲ,

ସମ୍ବନ୍ଧ ଖଞ୍ଜିରହିଛି ତା' ସାଥେ ନେଇ ଭରସା ର ସେତୁପୋଲ।

ସମୟ କମାଇ ଥାଏ ଅବଶ୍ଯ ବନ୍ଦୀତ୍ବ ର ଅବଧି ସୀମା,

ସେଥିପାଇଁ ସେ କିନ୍ତୁ ନେଉଥାଏ ବୟସର କଡା ପାଉଣା।

ମୃତ୍ଯୁ ହିଁ ତା'ର ଏକମାତ୍ର ପରି ଶେଷେ ମୁକତି ର ପଥ,

ଯାହାପାଇଁ ଜୀବନ ଯାକ ଥାଏ ସେ ଚାତକେ ଅପେକ୍ଷାରତ।

ନିବେଦିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy