STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଆତ୍ମାହୁତି ଏକ ଅମାବାସ୍ୟାର ଚନ୍ଦ୍ରର

ଆତ୍ମାହୁତି ଏକ ଅମାବାସ୍ୟାର ଚନ୍ଦ୍ରର

1 min
175


ସକାଳର କୁହୁଡି ଚମକେ

ଅସଂଭବରେ ଆଶା ଭଳି

ଜୀବନର ପ୍ରିୟ ଦିନ କେଇଟା

ଯୁବସମାଜ ଇନ୍ଦ୍ରଧନୁକୁ ପସନ୍ଦ କରନ୍ତି

ଆକାଶକୁ ସଜାଇବା ଯାହାର

ଭବିତବ୍ୟ

ହଠାତ୍ ହଡବଡେଇ ଅପସରି ଯାଏ

ଜୀବନଟା ଏକ ପ୍ରହେଳିକା

ମୁକ୍ତ ସଂଗ୍ରହ କଲାପରି

ଏକ ଗର୍ଜନଶୀଳ ସମୁଦ୍ରରୁ

ମାନବତା ଏକ ଦୁଃଷ୍ପ୍ରାପ୍ୟ ଆଭୂଷଣ

ଶରୀରକୁ ସୌନ୍ଦର୍ଯ୍ୟାତ୍ମିତ ଏବଂ

ମସ୍ତିଷ୍କକୁ ମହିମାନ୍ଦିତ କଲଲାପରି ।

ପ୍ରେମ ଏକ ଦୁର୍ଲଭ ମଣି

ଗଣଧର୍ଷଣର ଅପବାଦରେ କଳ୍କିତ

ପରକୀୟା ପ୍ରୀତିରେ ସମାଲୋଚିତ

ସଂଭୋଗ ସଂଜାତ ଚିତାଧାରା

ଅତୀଦ୍ରିୟ ଚେତନାର ସ୍ତର

ଚିତା ଓ ଜ୍ଯୋତନାର ବନାନୀରେ

ନୂତନ କାକଳୀର ଆହ୍ବାନ

ଅଂଧଗଳିର ସୂର୍ଯ୍ୟ ଓ ମାଲଗୋଦାମ ମାଛବଜାର

ରାତିସାରା ଉଜାଗର କୁମନା ମେଲା

ଇଚ୍ଛାହୁଏ ଚୋରେଇ ଆଣିବାକୁ ପଡୋଶୀକ ଅଂବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics