ଆତ୍ମାହୁତି ଏକ ଅମାବାସ୍ୟାର ଚନ୍ଦ୍ରର
ଆତ୍ମାହୁତି ଏକ ଅମାବାସ୍ୟାର ଚନ୍ଦ୍ରର
ସକାଳର କୁହୁଡି ଚମକେ
ଅସଂଭବରେ ଆଶା ଭଳି
ଜୀବନର ପ୍ରିୟ ଦିନ କେଇଟା
ଯୁବସମାଜ ଇନ୍ଦ୍ରଧନୁକୁ ପସନ୍ଦ କରନ୍ତି
ଆକାଶକୁ ସଜାଇବା ଯାହାର
ଭବିତବ୍ୟ
ହଠାତ୍ ହଡବଡେଇ ଅପସରି ଯାଏ
ଜୀବନଟା ଏକ ପ୍ରହେଳିକା
ମୁକ୍ତ ସଂଗ୍ରହ କଲାପରି
ଏକ ଗର୍ଜନଶୀଳ ସମୁଦ୍ରରୁ
ମାନବତା ଏକ ଦୁଃଷ୍ପ୍ରାପ୍ୟ ଆଭୂଷଣ
ଶରୀରକୁ ସୌନ୍ଦର୍ଯ୍ୟାତ୍ମିତ ଏବଂ
ମସ୍ତିଷ୍କକୁ ମହିମାନ୍ଦିତ କଲଲାପରି ।
ପ୍ରେମ ଏକ ଦୁର୍ଲଭ ମଣି
ଗଣଧର୍ଷଣର ଅପବାଦରେ କଳ୍କିତ
ପରକୀୟା ପ୍ରୀତିରେ ସମାଲୋଚିତ
ସଂଭୋଗ ସଂଜାତ ଚିତାଧାରା
ଅତୀଦ୍ରିୟ ଚେତନାର ସ୍ତର
ଚିତା ଓ ଜ୍ଯୋତନାର ବନାନୀରେ
ନୂତନ କାକଳୀର ଆହ୍ବାନ
ଅଂଧଗଳିର ସୂର୍ଯ୍ୟ ଓ ମାଲଗୋଦାମ ମାଛବଜାର
ରାତିସାରା ଉଜାଗର କୁମନା ମେଲା
ଇଚ୍ଛାହୁଏ ଚୋରେଇ ଆଣିବାକୁ ପଡୋଶୀକ ଅଂବ ।