STORYMIRROR

Pranati Mahapatra

Inspirational Others

3  

Pranati Mahapatra

Inspirational Others

ଆତ୍ମ ଚିନ୍ତନ

ଆତ୍ମ ଚିନ୍ତନ

1 min
425


(୧)ତୁମ ସହ ମୋର ବିତିଥିଲା କେତେ

ଅଭୁଲା ଅତୀତ ସ୍ମୃତି,

ଭରିଥିଲା ସୁଖ,ମାନ ଅଭିମାନ

ଭାଳି ଘୁରିଯାଏ ମତି।

ଜୀବନ ଟା ଏବେ ଦୁର୍ବିସହ ଲାଗେ

ତଥାପି ବିବ୍ରତ ନୁହେଁ,

ଗଣ୍ଠିଧନ କରି ରଖିଛି ସ୍ମୃତି କୁ

ଆଉ କିଛି ମୁଁ ନ ଚାହେଁ।

(୨) କେତେ ଛଳନା ଭରା ଏ ସଂସାର

ଏଠି କିଏ ହେବ ଅବା କାହାର

ଉପରେ ଉପରେ ଅମୃତ ଭରି

ଚେର କଟାହୁଏ ବିଶ୍ଵାସକୁ ଧରି

ସାଧୁ ବେଶଧାରୀଙ୍କ ନଥାଏ ଅଭାବ

ଜୀବନ ଧାରଣ ସତେ ଅସମ୍ଭବ

ଆପଣାର ମଣି ତୁମେ ଯାହାକୁ

ହଟହଟା କରେ ସିଏ ତୁମକୁ

ରକତକୁ ନ ଥାଏ ତ ବିଶ୍ଵାସ

କେବେ ନ ଯାଅ ସେମାନଙ୍କ ପାଶ।

(୩) ବାଜି ଲଗାଇଥାଅ ତୁମେ ଯାହାପାଇଁ

ସ୍ଵର୍ଗସୁଖ ଦିଅ ଯା ହାତରେ ନେଇ

ତୁମ ପାଇଁ କାଳ ଜାଣ ଯେ ସେହି

ଏପରି ଦୁର୍ଜନଠୁ ରୁହ ଦୂରେଇ

ମନ ପରା ଅଟେ ନିଜ ଗୁରୁ

ଭଲମନ୍ଦ ମନକୁ ଯଦି ପଚାରୁ

ଆଗ ପଛ ତିନି ଥର ଚିନ୍ତନ

ସୁପଥରେ କରୁଥିଲେ ଗମନ

ମନକୁ କେବେ ଧୋକା ନ ମିଳିବ

ସୁଖଶାନ୍ତିରେ ଦିନ ଗଡି ଯିବ।

ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational