ଆସୁଅଛି ନୂଆ ବରଷ
ଆସୁଅଛି ନୂଆ ବରଷ
ନୂଆ ବରଷରେ ନୂଆ ଉଲ୍ଲାସରେ
ନୂଆ ଅଭିଳାଷ ନେଇ
ଗୁଞ୍ଜୁ ଥିବ ହୃଦେ ପୂରଣା ସେ ସ୍ମୃତି
ପଡୁଥିବ ମନେ ଭାଇ।
ମନରେ ଉଦ୍ୟମ ଜାରି ରହିଥିଲେ
ପ୍ରଫୁଲ୍ଲିତ ହୁଏ ମନ
ଶକ୍ତିଶାଳୀ କରେ ନିଃସ୍ୱାର୍ଥର କାର୍ଯ୍ୟେ
ଆତ୍ମନିର୍ଭରରେ ମନ।
ନୂଆ ବରଷରେ ଉଲ୍ଲାସ ଅପାର
ଗୁଞ୍ଜୁ ଅଛି ମନପ୍ରାଣେ
ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବେ
ଦିଏ ସଙ୍କେତଟି ପ୍ରାଣେ।
ସମଭାବ କାର୍ଯ୍ୟ କରିବା ରାଷ୍ଟ୍ରରେ
ଏକତ୍ରିତ ଅସ୍ତ୍ର ଧରି
ସେହୁ ଅସ୍ତ୍ର ହେବ ରାଷ୍ଟ୍ରର ନିର୍ମାଣେ
ଜନକଲ୍ୟାଣକୁ ଧରି।
ଇଙ୍ଗିତ କରୁଛି ଆଗମନ ବର୍ଷ
ପୂର୍ଣ୍ଣ ହେବ ସବୁ କିଛି
ନୂଆ ଇତିହାସ ଲେଖିବ ଭାରତ
ମନରେ ଉମଙ୍ଗ ଅଛି।
ପ୍ରତିନିଧିତ୍ଵଟି କରିବ ଭାରତ
ବିଶ୍ୱର ପଟଳେ ରହି
ବିଶ୍ୱ ଗୁରୁ ସ୍ୱପ୍ନ ସାକାର କରିବ
ଧର୍ମ ନ୍ୟାୟ ପଥ ଧରି।।
ଆନନ୍ଦିତ ମନ ମନରେ ଉଲ୍ଲାସ
ନୂଆ ବର୍ଷ ଆଗମନେ
ଜ୍ଞାନ ବିଜ୍ଞାନରେ ପାରାଙ୍ଗମ ହେବ
ଇଙ୍ଗିତ କରୁ
ଛି ମନେ।
ଆତ୍ମନିର୍ଭରଟି ହୋଇବ ଭାରତ
ସଂଶୟ ନାହିଁ ହିଁ ତିଳେ
ସର୍ବଶକ୍ତିମାନ ହୋଇଣ ଭାରତ
ଜ୍ଞାନ କର୍ମଯୋଗ ବଳେ।
ସ୍ୱାର୍ଥ ଅହଂକାର ନଥିବ ମନରେ
ଧର୍ମପରାୟଣ ହେବେ
ସମଭାବ ବାୟୁ ବହୁଛି ଦେଶରେ
ସବୁ କର୍ମଯୋଗୀ ହେବେ।
ଉଚ୍ଚ ହେବା ଆଶା ନିଶ୍ଚୟ କରିଛି
ଆତ୍ମନିର୍ଭରର ପାଇଁ
ନିର୍ଭର ହେବାର ଇଚ୍ଛା ଛାଡ଼ି ଅଛି
ରକ୍ଷା ସବୁ କ୍ଷେତ୍ର ପାଇଁ।
ନିଶ୍ଚୟ କରିଛି ଆଗୁଆ ରହିବ
ମନେ ଭରି ଅଛି ଆଶା
ଯେଉଁ ଦେଶେ ଜନ୍ମ ପ୍ରଭୁ କୃଷ୍ଣ ରାମ
ଗୁଞ୍ଜେ କାଳିଆର ଆଶା।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
ବିଚ୍ଛନ୍ନାଚଳରୁ ଆମ
ଶୁଭମୟ ହେଉ ନୂତନ ବରଷେ
ଉଜ୍ଜ୍ୱଳ ଜ୍ଞାନଟି ଆମ
ମାତୃଭାଷା ଶିକ୍ଷା ଗ୍ରହଣ କରିବା
ଆତ୍ମନିର୍ଭରର ପାଇଁ
ଅଟେ ମହା ଧନ ମାତୃଭାଷା ଶିକ୍ଷା
ଜୀବନେ ଉନ୍ନତି ପାଇଁ।
ଜଗନ୍ନାଥଙ୍କର ଚରଣେ ଶରଣ
ଭକ୍ତି ନିରନ୍ତର ରହୁ
ନୂଆ ବରଷରେ ନୂଆ ଉଲ୍ଲାସରେ
କର୍ମ ଜ୍ଞାନ ପ୍ରଭୁ ରହୁ।