Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ଆସନ୍ତା କାଲି ସାକ୍ଷାତକାର

ଆସନ୍ତା କାଲି ସାକ୍ଷାତକାର

1 min
679


ଭୂପେଶର ପାଦ ତଳେ ପଡୁନାହିଁ କଲ୍ ଲେଟର ପାଇ

ଆସନ୍ତାକାଲି ସେ ରାଜଧାନୀ ଯିବ ସାକ୍ଷାତକାର ଦେଇ |

ବ୍ୟାଙ୍କ ଚାକିରୀ ମିଳିଯିବ ତାକୁ ଆନନ୍ଦରେ ଛନ ଛନ 

ଅସୁମାରୀ ସ୍ୱପ୍ନ ରାଇଜେ ଭ୍ରମଣ ଚାଲେ ପ୍ରସ୍ତୁତି କରଣ |

ତାଙ୍କ ଗ୍ରାମଦେଇ ତାରିଣୀ ବସ ଭୁବନେଶ୍ୱରକୁ ଯାଏ

ସକାଳ ପାଞ୍ଚଟା ସମୟ ତାହାର ଟିକେ ବ୍ୟତିକ୍ରମ ନୁହେଁ |

ବହିପତ୍ର ସବୁ ତରତର ହୋଇ ପଢୁଥାଏ ଘାଣ୍ଟି ଘାଣ୍ଟି

ଘରେ ଯଦି କେହି ବିଶୃଙ୍ଖଳା କରେ ରାଗି କରୁଥାଏ ପାଟି |

ବେଗ ସେ ଶୋଇବ ସଅଳ ଊଠିବ ବସ ଧରିବା ପାଇଁ

ଖଣ୍ଡିକ ବସ ବ୍ୟତୀତ ଯିବାର କୌଣସି ଉପାୟ ନାହିଁ |

ମନତ ଉଛନ୍ନ ଖାଇ ତର ତର ଆନନ୍ଦରେ ଗଲା ଶୋଇ

ମଝିରେ ମଝିରେ ଚାଉଁ ଚାଉଁ ହୋଇ ଶେଯରୁ ଉଠି ବସଇ |

ବସ ଫେଲ ଚିନ୍ତା ନିଦ ହଜାଇଲା ଶାନ୍ତିରେ ନପାରେ ଶୋଇ 

ବାର ବାର ଉଠି ଘଡିକୁ ଅନାଏ ତିନିଟା ବାଜିଲା ତହିଁ |

ଅଧଘଣ୍ଟା ପରେ ଗାଧୋଇ ପଡ଼ିକି ହେବ ବୋଲି ସଜବାଜ

ଟିକିଏ ଘୁମାଉ ନିଦ ଆସିଗଲା ଶୁଭିଲା ବସ ଆବାଜ |

ତରତର ହୋଇ ଧାଇଁଲା ବେଳକୁ ବସଟି ଛାଡ଼ିଦେଲା 

ରାତିସାରା ତାର ପ୍ରସ୍ତୁତିକରଣ ଅକାରଣ ହୋଇଗଲା |

ଦଶ କିମି ଗଲେ ବଡ଼ମ୍ବାଛକରେ ଅନ୍ୟ ବସ ମିଳିଯିବ

କେମିତି ସେ ଯିବ ବାଇକ ନାହିଁତ କାହାକୁ ଅବା କହିବ |

କାନ୍ଦି କାନ୍ଦି ଆଖି ଫୁଲି ଗଲା ତାର କହିଲା କେତେ ଜଣକୁ

ସାହାଯ୍ୟ କରିବା ଦୂରେ ଥାଉ ଦେଖି ହସିଲେ ତାର ମୁହଁକୁ |

ପ୍ରଭାତ ଭ୍ରମଣେ ଯାଇଥିଲି ମୁହିଁ ଭୂପେଶ ଦୁଃଖ ଶୁଣିଲି

ସାନ୍ତ୍ୱନା ଦେଇକି ଘରକୁ ଆସିକି କାର ବାହାର କଲି |

ସିଧା ନେଇ ତାକୁ ରିଜର୍ଭ ବ୍ୟାଙ୍କର ଫାଟକରେ ଛାଡିଦେଲି

କୃତ୍ୟ କୃତ୍ୟ ହୋଇ ଧନ୍ୟବାଦ ଦେଇ ଭିତରକୁ ଗଲା ଚାଲି |

ଆସନ୍ତା ଅଟଇ ବଡ଼ ଅନିଶ୍ଚିତ ବର୍ତ୍ତମାନ ହେତୁକର

ଭୂପେଶ ପରିକା ଅତି ସତର୍କତା ମନ ମଧ୍ୟୁ ପରିହର |



Rate this content
Log in

Similar oriya poem from Inspirational