Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Dash

Abstract

3  

Sagarika Dash

Abstract

ଆସକ୍ତି

ଆସକ୍ତି

1 min
4



ତୁମେ ଓସ୍ତ ତୁମେ ବର 

ତୁମେ ନର ତୁମେ ନାରାୟଣ

ତୁମେ ଶଙ୍ଖ ତୁମେ ଚକ୍ର

ତୁମେ ଭକ୍ତି ତୁମେ ଭାଗବତ।


 ତୁମେ ରୁଦ୍ର ତୁମେ ଦେବ

 ତୁମେ ମହାଦେବ

 ତୁମେ ଶକ୍ତି ତୁମେ ଶିବ

 ତୁମେ ଅପରୂପ।


ତୁମେ ନାରାୟଣ ତୁମେ ପରମ୍ ବ୍ରହ୍ମ

ତୁମେ ସଦାଶିବ ତୁମେ ପାରାୟଣ

ତୁମେ ସୁଧିର ତୁମେ ଅଧିର

ତୁମେ ପ୍ରବୀର ତୁମେ କର୍ମ ବୀର।


ତୁମେ ସୀତାନ୍ନସୁ ତୁମେ ସହୀଷ୍ଣୁ

ତୁମେ ସାଇ ତୁମେ ବିଷ୍ଣୁ

ତୁମ ନାମ ଜପ କରି 

ତରୀଯାନ୍ତି କେତେ ପାପୀ ତପି।


ମୁଁ ବୁଝିପାରୁନି ରେ କାଳିଆ

ସତେ କ'ଣ ମୁଁ ହେବି ତୋ ଭଳିଆ

ହିଂସା ରଖିବିନି ମନରେ 

କ୍ରୋଧ ରଖିବିନି ମୁହଁରେ

ହସି ହସି ମୁଁ ସବୁ ସହିଯିବି

ଦେଖି ତୋ ମୁରୁକି ହସରେ।


ସହିବାର ମାପକାଠି

ସାନ୍ନିଧ୍ୟ ର ପଶା ଖେଳ 

ତତେ ବୁଝିବାକୁ ତୋ ପାଶେ ବସିବାକୁ

କାହାରି ନାହିଁ ରେ ବେଳ ।


କବି ଛ ମାସେ ତତେ ବୁଝିବାକୁ

ପଣ୍ଡିତ କୁ ଲାଗେ ବର୍ଷେ

ମୁଁ ବା ଛାର ମୂର୍ଖ ମାନବ

କି ଅବା ଗଣନା କରିବି ସହର୍ସେ ।


କର୍ମେଣମ୍ କର୍ମ ଫଳ ଭୋଗନ୍ତି ଆତ୍ମ ଜନ

କର୍ମେଣମ୍ ଦେବ କର୍ମ ଭୋଗନ୍ତି ସ୍ବଜନ

ତୁ ସୁମଧୁର ତୁ ଅମଳ ତୁ କମଳ ନିର୍ମଳ

ତୁ ମହାବାହୁ ଯୁଗେ ଯୁଗେ

ତୋ ମାୟାରେ ସାଧୁସନ୍ଥ ମୁନି ଋଷି

ତୋ ବେଦ ଉପନିଷଦ କାହିଁ କେତେ ଅତଳ।


କେଉଁଠୁ ଆରମ୍ଭ କେଉଁଠୁ ଶେଷ

ଥଳ କୂଳ ପାଉ ନାହିଁ

ମୁଁ ଏକ ମୂଢ ମତି ବିଶେଷ 

ତୋ ଦର୍ଶନ ପାଇଁ ରହିଯିବି କି 

ଏ ଜୀବନେ ଶେଷ ଅବଶୋଷ ।


Rate this content
Log in

Similar oriya poem from Abstract