STORYMIRROR

Kailash Chandra Behera

Children

4  

Kailash Chandra Behera

Children

ଆସିଲା ଶୀତ

ଆସିଲା ଶୀତ

1 min
291


ଆସିଗଲି ମୁହିଁ ଡିସେମ୍ବର ମାସ 

     ବରଫ କଣାକୁ ଝରାଇରେ

ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ

    ଶୀତରେ ଦେବି ମୁଁ ଥରାଇରେ

ଦିନ ଛୋଟକରି ରାତି ବଢ଼ାଇବି

  ବେଳକୁ ବେଳତ ଥଣ୍ଡା ଚଢ଼ାଇବି।      

 ଯୁବକ ଯୁବତୀ ଶୀର୍ଣ୍ଣ କରିଦେବି

    ଦେହରୁ ରକତ ହରାଇରେ

ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ

    ଶୀତରେ ଦେବି ମୁଁ ଥରାଇରେ

ସକାଳେ ଖରାକୁ ଟାଣି ନେଇଯିବି

 ସଞ୍ଜବେଳେ ନିଆଁପାଖେ ବସାଇବି ।

ଗରମ ପୋଷାକ ପିନ୍ଧିବାକୁ ଦେବି

    ପ୍ରବଳଶୀତକୁ ଡରାଇରେ

ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ

   ଶୀତରେ ଦେବି ମୁଁ ଥରାଇରେ

ଫସଲ କାଟିବ ବିଲେ ଚାଷୀଭାଇ

  ମୋର ପାଦସଙ୍ଗେ ପାଦକୁ ମିଳାଇ l

କବି ସଉରଭ କହନ୍ତି ପୂଜିବ 

     କମଳାଙ୍କୁ ଫୁଲ ଧରାଇରେ

ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ 

   ଶୀତରେ ଦେବି ମୁଁ ଥରାଇରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children