ଆସିଲା ଶୀତ
ଆସିଲା ଶୀତ
ଆସିଗଲି ମୁହିଁ ଡିସେମ୍ବର ମାସ
ବରଫ କଣାକୁ ଝରାଇରେ
ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ
ଶୀତରେ ଦେବି ମୁଁ ଥରାଇରେ
ଦିନ ଛୋଟକରି ରାତି ବଢ଼ାଇବି
ବେଳକୁ ବେଳତ ଥଣ୍ଡା ଚଢ଼ାଇବି।
ଯୁବକ ଯୁବତୀ ଶୀର୍ଣ୍ଣ କରିଦେବି
ଦେହରୁ ରକତ ହରାଇରେ
ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ
ଶୀତରେ ଦେବି ମୁଁ ଥରାଇରେ
ସକାଳେ ଖରାକୁ ଟାଣି ନେଇଯିବି
ସଞ୍ଜବେଳେ ନିଆଁପାଖେ ବସାଇବି ।
ଗରମ ପୋଷାକ ପିନ୍ଧିବାକୁ ଦେବି
ପ୍ରବଳଶୀତକୁ ଡରାଇରେ
ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ
ଶୀତରେ ଦେବି ମୁଁ ଥରାଇରେ
ଫସଲ କାଟିବ ବିଲେ ଚାଷୀଭାଇ
ମୋର ପାଦସଙ୍ଗେ ପାଦକୁ ମିଳାଇ l
କବି ସଉରଭ କହନ୍ତି ପୂଜିବ
କମଳାଙ୍କୁ ଫୁଲ ଧରାଇରେ
ପିଲାଠାରୁ ବୁଢ଼ା ସମସ୍ତଙ୍କ ଦେହ
ଶୀତରେ ଦେବି ମୁଁ ଥରାଇରେ l
