STORYMIRROR

Rama chandra Pradhan

Inspirational Children

3  

Rama chandra Pradhan

Inspirational Children

ଏଥର ପଢ଼ିବି ପାଠ

ଏଥର ପଢ଼ିବି ପାଠ

1 min
1.1K

ସାଙ୍ଗସାଥି ମେଳେ ଗୁଲିଖଟି କରି

ହୁଡ଼ିବିନି ଆଉ ବାଟ

ଆଳସ୍ୟକୁ ତେଜି ମନଧ୍ୟାନ ଦେଇ

ଏଥର ପଢ଼ିବି ପାଠ l

କାଲିର କାମକୁ ଆଜି ମୁଁ କରିବି

ଆଜିର କାମକୁ ଏବେ

ଗୁରୁଜନ କଥା ସର୍ବଦା ମାନିବି

ଅବାଧ୍ୟ ହେବିନି କେବେ l

ମୋବାଇଲ୍ ଧରି ଖେଳେ ମାତିବିନି

ସମୟକୁ କରି ନଷ୍ଟ

ଭଲ ପାଠ ପଢ଼ି ସୁନାମ ଅର୍ଜିବି

ପଥେ ଆସୁ ଯେତେ କଷ୍ଟ l

ସ୍କୁଲକୁ ନ ଯାଇ ଠକିବିନି ଜମା 

ହୋଇ ଗୋଟେ ପାଠଚୋର

ସ୍କୁଲ ଯାଇ ନିତି ଦେଶ ଦୁନିଆର

ଜାଣିବି କେତେ ଖବର l

ଅବୁଝା ନ ହୋଇ ପଢ଼ିବି ଲେଖିବି

ପାଠେ ରଖି ସଦା ଲୟ

ଜାଣି ଜଣେଇବି ବୁଝି ବୁଝାଇବି

ମନୁ ଦୂର କରି ଭୟ l

ତେଣୁ ଭାଇମାନେ କରନାହିଁ କେହି

ଏ ପାଠକୁ ଅଣଦେଖା

ପାଠ ପରା ଅଟେ ଅଜ୍ଞାନ ତିମିରେ

ଜ୍ଞାନର ଉଜ୍ଜଳ ଶିଖା l



Rate this content
Log in

Similar oriya poem from Inspirational