STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ସବୁଯୁଗେ ନାରୀ

ସବୁଯୁଗେ ନାରୀ

1 min
389

କନ୍ୟାଟିଏ ସୁକନ୍ୟା 

ନିହାତି ଅନନ୍ୟା 

ଧରାରେ ବିଛାଏ 

ଶୀତଳ ଜୋଛନା 

ନାରୀ ଟିଏ ପରୀ 

ଜନନୀ ଭଗିନୀ 

ଜାୟା ପରି କେ ସରି 

ସ୍ନେହ ଅମୃତ ବାରି 

ଅନୁପମା ଅନୁରାଗେ 

ପଡୁଥାଏ ଝରି 

ନାରୀ କାଦମ୍ବିନୀ 

ଶତ ମହ୍ଲାରେ 

ସେ ମନ୍ଦାକିନୀ 

ନମସ୍ଵ ଜନନୀ 

ଗାରିମାର ତେଜସ୍ୱିନୀ 

ପଣତରେ ଛୟା 

ସତରେ ଗଙ୍ଗା ପ୍ଲାଵିନୀ 

ନାରୀ କେବେ ମୋହିନୀ 

ଧର୍ଯ୍ୟ ସହିଷ୍ଣୁତାରେ 

ଅନୁଗାମିନୀ 

ଶୀତଳତା ପ୍ରଦାୟିନୀ 

ନାରୀ ବି କଲ୍ଲୋଳିନୀ 

ନାରୀ ହୋଇପାରେ ଦୁର୍ଗା 

ମହିଷାମର୍ଦ୍ଦିନୀ 

ଶକ୍ତି ପ୍ରଦାୟିନୀ 

ନାରୀ ବିନା ସୃଷ୍ଟି 

ସର୍ଜ୍ଜନା ହୁଏନି 

ନାରୀ ଶାନ୍ତିର କରେ ଆବାହନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract