ସବୁଯୁଗେ ନାରୀ
ସବୁଯୁଗେ ନାରୀ
କନ୍ୟାଟିଏ ସୁକନ୍ୟା
ନିହାତି ଅନନ୍ୟା
ଧରାରେ ବିଛାଏ
ଶୀତଳ ଜୋଛନା
ନାରୀ ଟିଏ ପରୀ
ଜନନୀ ଭଗିନୀ
ଜାୟା ପରି କେ ସରି
ସ୍ନେହ ଅମୃତ ବାରି
ଅନୁପମା ଅନୁରାଗେ
ପଡୁଥାଏ ଝରି
ନାରୀ କାଦମ୍ବିନୀ
ଶତ ମହ୍ଲାରେ
ସେ ମନ୍ଦାକିନୀ
ନମସ୍ଵ ଜନନୀ
ଗାରିମାର ତେଜସ୍ୱିନୀ
ପଣତରେ ଛୟା
ସତରେ ଗଙ୍ଗା ପ୍ଲାଵିନୀ
ନାରୀ କେବେ ମୋହିନୀ
ଧର୍ଯ୍ୟ ସହିଷ୍ଣୁତାରେ
ଅନୁଗାମିନୀ
ଶୀତଳତା ପ୍ରଦାୟିନୀ
ନାରୀ ବି କଲ୍ଲୋଳିନୀ
ନାରୀ ହୋଇପାରେ ଦୁର୍ଗା
ମହିଷାମର୍ଦ୍ଦିନୀ
ଶକ୍ତି ପ୍ରଦାୟିନୀ
ନାରୀ ବିନା ସୃଷ୍ଟି
ସର୍ଜ୍ଜନା ହୁଏନି
ନାରୀ ଶାନ୍ତିର କରେ ଆବାହନୀ ।
