STORYMIRROR

Madhabi Patel

Inspirational Children

3  

Madhabi Patel

Inspirational Children

ସୂର୍ଯ୍ୟୋଦୟ

ସୂର୍ଯ୍ୟୋଦୟ

1 min
1.2K

ତାଳବଣ ଦେଇ ଆକାଶ ମଥାନେ

ସୂର୍ଯ୍ୟ ଯେବେ ଉଇଁ ଆଏ।

ଧୂମ୍ରାଭ ପଟଳ ହଟିହଟି ଯାଏ

କୁଝ୍ଝଟି ଅପସରି ଯାଏ।

ସ୍ୱର୍ଣ୍ଣ ରେଣୁ ବୁଣି ଧୌତ କରେ ଧରଣୀ

କାକର ଉଭେଇଯାଏ।

ଶିଶିର ଭିଜା ତନୁ ତରୁଲତା ଗୁଲ୍ମ

ତେଜୋଦିପ୍ତ ହୋଇଯାଏ।

ରଙ୍ଗ ଓଢଣୀଟାଣି ପୂର୍ବ ଦିଶା ରାଣୀ

ସିନ୍ଦୁରିମା ବିଞ୍ଛି ଦିଏ।

ସୂରୁଜର ବିନ୍ଦି ନାଇଁ ମଥା ପରେ

ଆସି ଉପଗତ ହୁଏ।

ପକ୍ଷୀଙ୍କ ରାଗିଣୀ ମନ ନିଏ କିଣି

ପୁଷ୍ପ କୋରକ ମୁକୁଳି ଯାଏ।

ସରୋବରେ ନଳିନୀ ପାଖୁଡା ଦେଇ ଟାଣି

ପ୍ରିୟତମ ମନ ମୋହେ।

ଭ୍ରମର ପ୍ରଜାପତି ମଧୁର ସନ୍ଧାନେ

ଚଳନ୍ତି ପାଦପ ପାଶେ।

ପୁଷ୍ପ ପୁଷ୍ପ ବୁଲି ସମ୍ପାଦନ୍ତି ମଧୁ

ନିଜେ ରହିଯାଇ ଶୋଷେ।

ସୂର୍ଯ୍ୟମୁଖୀ ଫୁଲ ଛତ୍ରଟାଣି ମୁକୁଳ

ଲୋଭନୀୟ କରେ ଧରା।

ପ୍ରୀତିର ପରଶେ ସୂର୍ଯ୍ୟ ଦେଖି ହସେ

ଧରାରେ ପ୍ରସାରେ ଖରା।

ନବଉନ୍ମାଦନା ଖେଳେ ପ୍ରାଣେ ପ୍ରାଣେ

ତମସା ଯାଇଛି ଫେରି।

ବିଭାବରୀ ଶେଷେ ଦିବା ଆଗମନେ

ନିଦ୍ରା ଯାଏ ଅପସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational