ମାଟି ଆମର ମାଁ
ମାଟି ଆମର ମାଁ
ଜୀବସୃଷ୍ଟି ଠାରୁ ପ୍ରାଣୀ ଜଗତକୁ
ମାଟି ମାଆ ଅବଦାନ
ଗୋଟି ଗୋଟି କରି ବଖାଣିଲେ ସୁଦ୍ଧା
କରି ନ ହୁଏ କଲନା । ୧ ।
ମୃତ୍ତିକା ଖୋଦିଣ ଚଷା କରେ ହଳ
ଖାଦ୍ଯଶସ୍ଯ ଉତ୍ପାଦନ
କୂପ ନଳକୁପ ପୋଖରୀ କେନାଲ
ପ୍ରାଣି କାର୍ଯ୍ଯେ ଲାଗେ ଜାଣ । ୨ ।
ମୃତ୍ତିକାରେ ପୋତି ଛୋଟ ଚାରାଟିଏ
କାଳକ୍ରମେ ବଡ ହୁଏ
ଜନ ହିତେ ଲାଗେ ଫୁଳ,ଫଳ,ଛାଇ
ଆମକୁ ଅମ୍ଳଜାନ ଦିଏ। । ୩ ।
ମାଟି ମାଆ କୋଳେ ଖଣି ଖୁଦାନଟି
ଦିଅଇ ଖଣିଜ ଦ୍ରବ୍ଯ
ପେଟ୍ରୋଲିୟମଠାରୁ କିଅବା କୋଇଲା
ସବୁଲାଗେ ଆମ କାର୍ଯ୍ଯ । ୪ ।
ମାଟି ଗାତ ଖୋଳି ସୁଦୀର୍ଘ ପ୍ରାଚୀର
ବଡ ବଡ ଅଟ୍ଟାଳିକା
କଳକାରଖାନା କିବା ଉଚ୍ଚ ସ୍ତମ୍ଭ
ସୁଦୀର୍ଘ ପ୍ରଶସ୍ତ ଅଟ୍ଟାଳିକା। ୫ ।
ମାଟି ମାଆ କୋଳେ ଲମ୍ବ ରେଳ ରାସ୍ତା
ଘନ ଜଳରାଶି ସ୍ଥାନ
ମହୋଦଧି କିବା ଚୀରସ୍ରୋତା ନଦୀ
ମାଟି ମାଆ ଅବଦାନ । ୬ ।
ଜନମୀ ମାଟିରେ ଅନ୍ତୁଡି ଶାଳରେ
ମାଟି ପରେ ହୁଏ ଛିଡା
ମାଟି ଘଟ ପିଣ୍ଡ ପଞ୍ଚଭୂତ ଆତ୍ମା
ସବୁ ଏ ମାଟିରେ ଗଢା । ୭ ।
ମୃତ୍ଯୁ ବେଳେ ପିଣ୍ଡ ମାଟି ଲୀନ ହୁଏ
ଶ୍ମଶାନ ନଈ କୂଳରେ
ସଚରାଚର ଏ ବିଶ୍ଵ ବ୍ରହ୍ମାଣ୍ଡରେ
ମାଟି ମାଆପରି କିଏ । ୮ ।
କୁମ୍ଭାର ବିଚରା ମାଟି ପାଗକରି
କରଇ ହାଣ୍ଡି,କଣ୍ଢେଇ
ମୃଣ୍ମୟୀ ମୂର୍ତ୍ତୀ ବି ପାଳ,ମାଟି ଗଢା
ଆବିର୍ଭୂତ ଦୁର୍ଗାଦେବୀ । ୯ ।
ଗଛ ଲଗାଇବା ମାଟି ସଂରକ୍ଷଣେ
ପରିବେଶ ହେବ ସ୍ଵଚ୍ଛ
ସବୁଜ ବନାନୀ ବଞ୍ଚିଲେ ବଞ୍ଚିବା
କଥା ଯୁଗେ ଯୁଗେ ସତ୍ଯ। । ୧୦ ।
