ଅତି ରୁ ଇତି
ଅତି ରୁ ଇତି
ଅତି ଚଗଲା ହେବାଟା ପିଲେ
ନୁହଁଇ ଭଲ ଗତି
ଅତି ଖରାପ ଅଟଇ ପରା
ଅତିର ପରିଣତି ।
ଆବଶ୍ୟକଠୁ ଅତି ଖାଇଲେ
ଭାରି ଲାଗଇ ପେଟ
ଅତି ପଢ଼ିଲେ ମନେ ରହେନି
ବିରକ୍ତ ହୁଏ ଚାଟ ।
ଅତି ଚିପୁଡ଼ି ଲେମ୍ବୁ ଚାଖିଲେ
ପିତା ଲାଗଇ ପାଟି
କାହା ସାଥିରେ ଅତି ମିଶିଲେ
ସମ୍ପର୍କ ଯାଏ ତୁଟି ।
ଅଧିକ ମିଠା ଖାଇଲେ ହୁଏ
ରୋଗ ତ ମଧୁମେହ
ଦରିଦ୍ର ହୁଏ ଧନକୁ ଅତି
ଯେ କରେ ଅପବ୍ଯୟ ।
ଅତି ଚତୁର ଯୋଗୁଁ କାଉଟି
ମନ୍ଦ ଜିନିଷ ଖାଏ
ଅତି ଲୋଭରୁ ଲୋଭୀ ଲୋକର
ମୃତ୍ୟୁ ନିଶ୍ଚିତ ହୁଏ ।
ଅତି ଲିପିଲେ କାଦୁଅ କାନ୍ଥ
ଯାଏରେ ପୁଣି ଫାଟି
ଅତି ଗରବୁ ସୁବର୍ଣ୍ଣ ଲଙ୍କା
ହୋଇଲା ଦିନେ ମାଟି ।
ଅତି ଭକତି ଚୋର ଲକ୍ଷଣ
ବିବିଧ ଶାସ୍ତ୍ର କହେ
ଅତି ଗେହ୍ଲାରେ ପିଲା ପାଳିଲେ
ଅମଣିଷ ସେ ହୁଏ ।
ଅତି ରାଗିବା ଶରୀର ପାଇଁ
ଅଟେ ବହୁତ କ୍ଷତି
ଅତିଠୁ ଦୂରେ ରୁହ ସଭିଏଁ
ଅତିରୁ ସୃଷ୍ଟି ଇତି |
