ଏ ପୁରୀ ର ଠାକୁର
ଏ ପୁରୀ ର ଠାକୁର
ଏ ପୁରୀ ର ଠାକୁର,
ଏ ଜଗତ ର କାଳିଆ,
ଶୁଣିଲକି ତୁମେ ଗୁହାର ମୋର |
ଏ ଜାଗତ ର ନାଥ,
ଏ ଜଗନ୍ନାଥ,
ଜାଣିଲ କି ତୁମେ ଦୁଃଖ ମୋର |
ଆସିଛି ବହୁ ଦୂରରୁ,
ଶହେ ମାଇଲ ବାଟ ରୁ,
ତୁମକୁ ଦର୍ଶନ କରିବାକୁ ଏ ପ୍ରଭୁ |
ତୁମ ଦର୍ଶନ ମିଳିଲେ,
ଟିକେ ତୁମକୁ ଦେଖିଲେ,
ଏ ମନ ବୁଝନ୍ତା ଟିକେ ଖୁସି ହୁଅନ୍ତା |
ପୁରୀ ବେଳାଭୂମିରେ,
ତୁମରି ମାଟିରେ,
ଆଲୋକୀକ ଶକ୍ତି ଅଛି ତୁମରି କୃପା ରୁ |
ମନ୍ଦିର ର ବାଇଶି ପାହାଚ ଚଢିଲାବେଳେ,
ଯୋଉ ଖୁସି ହୁଏ ଏ ହୃଦୟରେ,
ସେଟା ତୁମେହିଁ ଜାଣ ମୋ ପ୍ରଭୁ |
ତୁମକୁ ଦେଖିବା ପାଇଁ ହୁରି ହୁଏ ଏ ଜୀବନ,
ଡାକିଦିଅ ତୁମ ପାଖ କୁ ଏ ସ୍ୱାମୀ,
ତୁମେ ଆମ ଜଗା ଆମ କାଳିଆ,
ଆମେ ତୁମ ବିନା ଅଟୁ ଅଧୁରା |
ତୁମେ ଦେଇଛ ଏ ଜୀବନ କୁ,
ତୁମେ ଅଟ ଆମର ପ୍ରଭୁ,
ଦୁରେଇ ଯାଅଣି ଆମଠୁ ଏ ଜଗା,
ବ୍ୟାର୍ଥ ଏ ଜୀବନ ତୁମ ବିନା,
ଏ ପୁରୀ ର ଠାକୁର,
ଏ ଜଗତ ର କାଳିଆ |
