STORYMIRROR

SIDHARTHA MISHRA

Inspirational Children

3  

SIDHARTHA MISHRA

Inspirational Children

ଏକ ସାକ୍ଷାତକାର

ଏକ ସାକ୍ଷାତକାର

2 mins
240

ଥରେ ଶେଖ ରସିଦ ଦେଉଥିଲେ

ଜଣେ ସାମ୍ବାଦିକଙ୍କୁ ଏକ ସାକ୍ଷାତକାର;

ଯିଏକି ଜାଣିବାକୁ ଚାହୁଁଥିଲେ ଯେ କିପରି ଶେଖ ରସିଦ,

ଯିଏ ଦୁବାଇର ପ୍ରତିଷ୍ଠାତା ଥିଲେ,

ତାଙ୍କ ଦେଶର ଭବିଷ୍ୟତ କଣ ହବ,

ବର୍ତ୍ତମାନଠାରୁ ଶହେ ବର୍ଷ ପରେ,

ସେ ବାବଦରେ ତାଙ୍କୁ କିଛିଟା ବାର୍ତ୍ତା ପ୍ରକାଶ କରିବେ |


 ଏହି ଏକ ମଜାଦାର ପ୍ରଶ୍ନ ପାଇଁ,

 ଶେଖ ରସିଦ ତାଙ୍କୁ ପ୍ରଶଂସା କରି 

 କହିଥିଲେ ଯେ ତାଙ୍କ ଜେଜେବାପା ଓଟ ଉପରେ

ସଵାରୀ କରୁଥିଲେ ଆଉ ତାଙ୍କ ବାପା 

ମଧ୍ୟ ଓଟ ଉପରେ ବସି ଯିବା ଆସିବା କରୁଥିଲେ।


 କିନ୍ତୁ ସେ ଆଜି ଏକ ମର୍ସିଡିଜ୍ ଗାଡିରେ

ଯାତାୟାତ କରୁଛନ୍ତି ଆଉ ତାଙ୍କ ପୁଅ

ଏକ ଲ୍ୟାଣ୍ଡ ରୋଭରରେ ଭ୍ରମଣ କରନ୍ତି ; 

ତାଙ୍କ ନାତି ମଧ୍ୟ ଏକ ଲ୍ୟାଣ୍ଡ୍ ରୋଭର

ଚଳାୟିବ ବୋଲି ତାଙ୍କୁ ବିଶ୍ୱାସ ଅଛି |


ତଥାପି ତାଙ୍କ ଅଣନାତି ପୁଣି ଓଟରେ

ବସି ଯାତାୟାତ କରିବେ !


 ମହାନ ଶେଖଙ୍କ ଏହି ବିବୃତ୍ତି ଶୁଣିକରି 

 ସାମ୍ବାଦିକଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା

ଆଉ ସେ ତାଙ୍କୁ ଏହାର କାରଣ ପଚାରିଲେ |


ଶେଖ ଉତ୍ତର ଦେଲେ ଯେ ଶକ୍ତିଶାଳୀ ବ୍ୟକ୍ତିମାନେ,

କଠିନ ସମୟ ଦ୍ୱାରା ସୃଷ୍ଟି ହୁଅନ୍ତି |

 ଏହି ଶକ୍ତିଶାଳୀ ବ୍ୟକ୍ତିମାନେ ସୃଷ୍ଟି କରନ୍ତି,

 ସେମାନଙ୍କର ପରିଶ୍ରମ ଦ୍ୱାରା ସହଜ ସମୟ |

 ତାହାପରେ ସହଜ ସମୟ ପ୍ରଜନନ କରେ,

 ଦୁର୍ବଳ ମନୁଷ୍ୟମାନଙ୍କୁ ଯେଉଁମାନେ ପରବର୍ତ୍ତୀ ସମୟରେ

 ସୃଷ୍ଟି କରନ୍ତି ପୁଣି କଠିନ ସମୟ |


 ବହୁତ ଲୋକ ଅଛନ୍ତି ଯେଉଁମାନେ ଏହା

ଉପରେ ବିଶ୍ୱାସ କି ଖାତିର କରନ୍ତି ନାହିଁ |

ସେମାନେ ନିଜ ଛୁଆଙ୍କ ପ୍ରତି ପ୍ରେମରେ ଏହା

ଭୁଲି ଯାଆନ୍ତି ଯେ ଅତ୍ୟଧିକ ପ୍ରେମ ଆଉ ଆରାମ

ଦେବା ଦ୍ୱାରା ସେମାନେ ନିଜ ପିଲାମାନଙ୍କର

ଭଲ କମ ବରଂ କ୍ଷତି ବେଶି କରୁଛନ୍ତି |

 

ଯୋଦ୍ଧାମାନଙ୍କ ପରି ଯେପରି ନିଜ ଆଗାମୀ ଜୀବନରେ  

ସବୁ ସୁବିଧା ଅସୁବିଧାର ସାମନା କରିବାରେ ସକ୍ଷମ ହେବେ,

ତା ଦାୟିତ୍ୱ ପିଲାମାନଙ୍କର ପିତାମାତା ଏବଂ

ଗୁରୁଜନ ମାନଙ୍କର ଅଟେ |


ଶେଖ ରସିଦ କହିଲେ ଯେ ଯଦି ଆମେ ଚାହୁଁଛୁ ଯେ ଆମ

ଆଗାମୀ ବଂଶ ବି ଆମଭଳି ଭଲଭାବରେ ରୁହନ୍ତୁ ;

ତେବେ ତାଙ୍କୁ କଷ୍ଟ କଣ, ପଇସାର ମୂଲ୍ୟ କଣ,

ଦେଶ ସେବା, ପିତା ମାତା ଏବଂ ଗୁରୁଜନମାନଙ୍କର ଆଦର

କରିବା ଆଉ ତ୍ୟାଗର ମହତ୍ତ୍ୱ, ଏସବୁ ବାବଦରେ

ପିଲାମାନେ ଯିଏ କି ଆମର ଆଉ ଆମ ଦେଶର ଭବିଷ୍ୟ,

ସେମାଙ୍କୁ ଅବଗତ କରାଇବା ନିତାନ୍ତ ଆବଶ୍ୟକ ଅଟେ |


ଶେଖ ରସିଦଙ୍କର ଏହି ବାର୍ତା ଯେ କେବଳ ଦୁବାଇ ପାଇଁ

ଥିଲା ସେମିତି ନୁହେଁ, ବରଂ ଏହା ପୃଥିବୀର ଯେକୌଣସି

ଦେଶ ପାଇଁ ନିରାଟ ସତ୍ୟ ଅଟେ |

ଆମେ ଯେଉଁ ଭଳି ଆମ ଦେଶର ଭବିଷ୍ୟ,

ପିଲାମାନଙ୍କୁ ତାଲିମ ଦେବା, ସେମାନେ ଆଗାମୀ ଦିନରେ 

ସେଇ ଭଳିଆ ହେବେ ଏବଂ ଆମ ଦେଶ ପାଇଁ 

ଆହୁରି ସୁନାମ ଅର୍ଜନ କରିବେ |



Rate this content
Log in

Similar oriya poem from Inspirational