STORYMIRROR

Amarnath Barick

Children

3  

Amarnath Barick

Children

ମୋ ସିଲଟ

ମୋ ସିଲଟ

1 min
788

ପଢୁଥାଏ ମୁହିଁ ତା' ସାଥେ ପାଠ

ତା' ଯୋଗୁଁ ମୁଁ ପରା ହୋଇଛି ଚାଟ

ମାଟିରେ ଗଢ଼ା ତା' ଦେହ ପରା

ଚାରିଟି କାଠ କରେ ଆସରା

କଳା ରଙ୍ଗ ତା'ର ବଡ଼ ଚହଟ

ପଢାରେ ମୋର ସାଥି ସିଲଟ ।


ପଢୁଥାଏ ମୁହିଁ ତା' ସାଥେ ପାଠ

ଚାଟଶାଳା ଥିଲା ମୋହର ମଠ

ହାତରେ ଧରି ନିଇତି ବସେ

ଗଣିତ କଷେ ମନ ହରଷେ

ଭୁଲିଗଲେ ଖାଏ ଗୁରୁଜୀ ଛାଟ

ପଢାରେ ମୋର ସାଥି ସିଲଟ ।


ପଢୁଥାଏ ମୁହିଁ ତା' ସାଥେ ପାଠ

ଲେଖି ଲିଭାଏ କେଁ କରଟ

କଳା ଦେହଟି ଗୋରା ଚଅକ

ଶୂନରୁ ଏକ ପୁଣି ଅନେକ

ତା' ପାଇଁ ସରସ ଜୀବନ ହାଟ

ପଢାରେ ମୋର ସାଥି ସିଲଟ ।


ପଢୁଥାଏ ମୁହିଁ ତା' ସାଥେ ପାଠ

ଚାରିପଟେ ଥାଏ ଚାରିଟି କାଠ

ମିଶାଣ କରେ ଗୁଣ୍ୟକୁ ହରେ

ସଂଖ୍ଯାକୁ ଗୁଣେ ଫେଡାଣ ଫେଡେ

ଦେଖାଏ ସେ ମୋତେ ଉଚିତ ବାଟ

ସିଲଟ ଏ ମୋର ସାଥି ସିଲଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children