STORYMIRROR

Kshitish Jena

Abstract Inspirational Children

3  

Kshitish Jena

Abstract Inspirational Children

ଜାନୁଆରୀ ଛବିଶି

ଜାନୁଆରୀ ଛବିଶି

1 min
726

ଜାନୁଆରୀ ଛବିଶି ଆସିଛିରେ ଆସିଛି

ଆକାଶରେ ତ୍ରିରଙ୍ଗା ମନ ଖୋଲି ହସୁଛି

ଦେଶ ହିତ ପାଇଁ ଆମ ସମ୍ବିଧାନ

କାର୍ଯ୍ୟକାରୀ ହୋଇଥିଲା ଏହି ଦିନ

ସବୁରି ହୃଦୟେ ଏହି ଦିନ ପରା

ସ୍ମୃତି ହୋଇ ରହିଛି 

ଜାନୁଆରୀ ଛବିଶି ଆସିଛିରେ ଆସିଛି ।


ସମ୍ବିଧାନ ସ୍ରଷ୍ଟା ଆମ୍ବେଦକର

ରହିଥିବେ ପରା ଚିର ଅମର

ସମ୍ବିଧାନ ନୀତି ନିୟମ ମାନିବା

ସବୁବେଳେ ତା'ର ସୁରକ୍ଷା କରିବା

ସାଧାରଣତନ୍ତ୍ର ରାଷ୍ଟ୍ର ଭାରତର

ଆମେ ପରା ଅଧିବାସୀ 

ଜାନୁଆରୀ ଛବିଶି ଆସିଛିରେ ଆସିଛି ।


ସୁଭାଷ ,ନେହେରୁ ଭଳି ଯେତେ ବୀର

କରିଥିଲେ ମୁକ୍ତ ଦେଶକୁ ଆମର

ତାଙ୍କ ଗୁଣ କୀର୍ତ୍ତି ଆମେ ସୁମରିବା

ହିଂସା ପଥ ଛାଡ଼ି ଅହିଂସାରେ ଯିବା

ଗାନ୍ଧିଜୀଙ୍କ ରାମ ରାଇଜ ସାକାର

କରିବାରେ ମିଳିମିଶି 

ଜାନୁଆରୀ ଛବିଶି ଆସିଛିରେ ଆସିଛି ।


ଜାତୀୟ ପତାକା ଜାତିର ସେ ଚିହ୍ନ

ସବୁବେଳେ ତା'ର ରଖିବାରେ ମାନ

ଭାରତ ମାଆର ଆମେରେ ସନ୍ତାନ

ମାଟି ମାଆ ଲାଗି ଦେବାରେ ଜୀବନ

ମାତୃଭୂମି ମାତୃଭାଷା ମାଆପରି

ପୂଜୁଥିବା ଦିବା ନିଶି 

ଜାନୁଆରୀ ଛବିଶି ଆସିଛିରେ ଆସିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract