STORYMIRROR

Biswajita Baral

Tragedy Others Children

3  

Biswajita Baral

Tragedy Others Children

ଅହିଂସାର ପୂଜାରୀ ବାପୁଜୀ

ଅହିଂସାର ପୂଜାରୀ ବାପୁଜୀ

1 min
185

ଅହିଂସାର ପଥ   ହିଂସାତ୍ମକ ବାଟ

  କରିନେଲ ଭାଗ ଦୁଇ ,

 ଅହିଂସା ପଥକୁ ବାଛି ନେଇଥିଲ

   ମାଆର ସ୍ୱାଧୀନ ପାଇଁ ।

   

 ଅହିଂସା ସତ୍ୟର ହେ ନିତ୍ଯ ପୂଜାରୀ

     ଆଦର୍ଶର ପ୍ରତିମୂର୍ତ୍ତି,

 ଅମର ଶହୀଦ ନମସ୍ୟ ବାପୁଜୀ

    ଚର୍ଚ୍ଚିତ ତୁମରି କୀର୍ତ୍ତି ।

            

ଅହିଂସା ରୂପକ ଅମୋଘ ଅସ୍ତ୍ରକୁ

  କରିଲ ତୁମେ ଧାରଣ,

ଅଣ ଭାରତୀୟ ଧରାଶାୟୀ କରି

    କରିଲ ଦେଶ ସ୍ୱାଧୀନ ।


ଅସହଯୋଗର  ଆନ୍ଦୋଳନ ଆଉ

    ଲବଣ ଆଇନ ଯାତ୍ରା ,

ଅଶାନ୍ତି ଅଧର୍ମ  ପରିତ୍ୟାଗ କରି

   କଲ ଶାନ୍ତିର ପ୍ରତିଷ୍ଠା ।


ଅହିଂସାର ତୁମେ  ହେ ଚିର ପୂଜକ

    ଅହିଂସା ତୁମରି ଧର୍ମ,

 ଶାଶ୍ବତ ମାର୍ଗର  ହେ ଚିର ପଥିକ

    ଜନତା କଲ୍ୟାଣ କର୍ମ।


Rate this content
Log in

Similar oriya poem from Tragedy