STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଯେତିକି ଭିନ୍ନତା ସେତିକି ଏକତା

ଯେତିକି ଭିନ୍ନତା ସେତିକି ଏକତା

1 min
579


୨୦୦୦ ବର୍ଷ ଧରି ହିନ୍ଦୁସ୍ଥାନ ନଥିଲା କେବେ 

ଗୋଟିଏ ଶାସନରେ

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କ ଠିକ୍ ଉତ୍ତରାଧିକାରୀ 

ଶାସନ କାଳ ପରେ ।୧।


ଭାରତୀୟ ସ୍ୱାଧୀନତା ଆଇନ, ୧୯୪୭ ଇଂଲଣ୍ଡ

ସଂସଦ ଦ୍ୱାରା ପାଳିତ ହେଲା

ଭାରତୀୟ ଜନତା ନିଜ ଦେଶର ଶାସନ ଭାର

ତୁଲାଇବାର ଅଧିକାର ପାଇଲା ।୨।


ସମ୍ବିଧାନ ପ୍ରଣୟନ ସଭା ଗଠନ ହୋଇଲା, ଏକ

ସମ୍ବିଧାନ ପ୍ରଣୟନ କରିବାକୁ

୯.୧୨. ୧୯୪୬ ରୁ ୨୦.୧୨. ୧୯୪୯ ପର୍ଯ୍ୟନ୍ତ

ସମୟ ଲାଗିଲା ସମ୍ବିଧାନ ହେବାକୁ ।୩।


ଭାରତର ସମ୍ବିଧାନ ପ୍ରବର୍ତ୍ତନ ହେଲା ୨୬.୧. 

୧୯୫୦ ତାରିଖରୁ

ପ୍ରଥମ ଥର ଏକ ଦେଶ ଭାବେ ପାଇଁ ହେଲା

୨୦୦୦ ବର୍ଷ ସମୟ ପର ଠାରୁ ।୪।


ସବୁଠାରୁ ବଡ ଓ ବ୍ୟାପକ ଆମର ସମ୍ବିଧାନ 

୩୯୫ଟି ଅନୁଛେଦ ରହିଥାଇ

ସମ୍ବିଧାନର ଧ୍ୱନି ବୀଣା ଓ ସିତାରରେ ଭୌଗଳିକ

 ଓ ରାଜନୈତିକ ଏକତା ଆଣିବା ପାଇଁ ।୫।


ସର୍ବଶ୍ରେଷ୍ଠ ଆଇନ ଆମ ସମ୍ବିଧାନ ଓ ସର୍ବେସବା 

ହେଲେ ସାଧାରଣ ଜନତା

ଉଦ୍ଦେଶ୍ୟ ହାସଲ କରିବା ସାମାଜିକ, ଅର୍ଥନୈତିକ 

ଏବଂ ରାଜନୈତିକ ସ୍ୱାଧୀନତା ।୬।


ଦେଶ ଗଠନ ପାଇଁ ସମ୍ବିଧାନର ମୁଖବନ୍ଧରେ ରହେ

ଏକତା ଓ ଅଖଣ୍ଡତା ର ଅଭିବ୍ୟକ୍ତି

ପ୍ରଥମ ଅନୁଛେଦରେ ଭାରତ, ରାଜ୍ୟଗୁଡିକର ଏକ

ସଂଘ ହେବ, ସଂଘୀୟ ବ୍ୟବସ୍ଥା ନୀତି ।୭।


ଆମେ ସମ୍ବିଧାନର ବ୍ୟବସ୍ଥାକୁ ସବୁ ଅନୁଛେଦକୁ

ଗ୍ରହଣ କରି ଶପଥ ନେଇଛେ

ଏହାକୁ ସନମାନ କରି, ଭାଷା, ଧର୍ମ ଓ ଜାତିଗତ

ବିଭିନ୍ନତାରେ ଏକତାକୁ ମାନି ଚଳୁଛେ ।୮।


ହେ, ଶାସକ ଓ ବିରୋଧୀ ନେତାଗଣ ହୃଦୟରେ

ମନେ ରଖ ବୈଶିଷ୍ଟ୍ୟତା ଆମର

ମଇଁଷି ଶିଘଂ ଫଟା, ଯୁଦ୍ଧ କଲା ବେଳକୁ ଗୋଟା

ରହିଛି ରହିବ ଯେ କୌଣସି ଆହ୍ୱାନର ।୯।



Rate this content
Log in

Similar oriya poem from Inspirational