STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଆସ ସାଉଣ୍ଟିବା ଆଶିଷ ଟିକେ

ଆସ ସାଉଣ୍ଟିବା ଆଶିଷ ଟିକେ

1 min
978


ମଣିଷ ନୁହଁଇ ଯନ୍ତ୍ରଟିଏ ଅବା

ବଣ ଜଙ୍ଗଲର ପଶୁଟିଏ

ମିଳିମିଶି ସାଥେ ଚଳଇ ସ°ସାରେ

ରହିପାରିବନି ଏକାକୀ ସିଏ ।


ଉତ୍ତମ ସ°ସ୍କାର ଜ୍ଞାନ ଶିକ୍ଷାଦୀକ୍ଷା

ଆଲୋକିତ ସତ୍ୟଶାନ୍ତି ସୁପଥ

ଆଦର୍ଶ ଜୀବନ ଆଚାର ବିଚାରେ

ବ୍ୟକ୍ତି ଦେଶଜାତି ହୁଏ ଉନ୍ନତ ।


କର୍ମ ଧର୍ମ ନିଷ୍ଠା ସେବା ସୁକର୍ତ୍ତବ୍ୟ

ମାତାପିତା ଗୁରୁ ଶୁଭ ଆଶିଷ

କୁସୁମିତ କରେ ସା°ସାରିକ ପଥ

ସଫଳ ହୁଅଇ ଜୀବନ ଲକ୍ଷ୍ୟ ।


ନିଜେ ବଞ୍ଚି ରହି ବଞ୍ଚାଇବା ଅନ୍ୟେ

ସଦ୍ଭାବନା ମୈତ୍ରୀ ବିବେକ ଟେକେ

ଗଢିବା ଜୀବନ ସାର୍ଥକ ସୁନ୍ଦର

ଆସ ସାଉଣ୍ଟିବା ଆଶିଷ ଟିକେ ।

   


Rate this content
Log in

Similar oriya poem from Inspirational