STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ପଂଚାୟତରାଜ ଦିବସ

ପଂଚାୟତରାଜ ଦିବସ

1 min
175

ଗାନ୍ଧୀ ଆଣିଦେଲେ ସ୍ବାଧୀନତା 

ଆମେ ପାଳୁଛୁ ଦିବସ ତାତ୍ପର୍ଯ୍ୟତା 

ଆମ କର୍ମରେ ଆଣି ସଚେତନiତା 

ମୋ ଭିତରେ ଏତେ ନୀରବତା 

ମୁଁ ଖାଲି ମାପୁଛି ସମ୍ବେଦନ ଶୀଳତା 

କା'ର କେତେ ଅବଦାନ କଥା 

ଦାୟିତ୍ବ ଵିକେନ୍ଦ୍ରୀକରଣ ଗାଥା 

ଆଜି ଦିନର ସଫଳତା ସତ୍ତ୍ୱ ସତ୍ତା 

ବିଜୁ ପଟନାୟକଙ୍କ ବାଗ୍ମିତାରୁ ଅସ୍ମିତା 

 ଦେଲେ ଵିକେନ୍ଦ୍ରୀକରଣ ବାର୍ତ୍ତା 

ଦେଶର ଜାତିର ଦାୟିତ୍ୱବୋଧତା 

ଦୁର୍ଯ୍ୟୋୟ ଗିରି ଦୁର୍ଗ ପାଚେରୀ 

ଭେଦି ଯିବା ପାଇଁ ପୁଲକ ଜାଗିବା କଥା 

ଉଠ ଓଡ଼ିଆ ଜାଗି ନିଜ ନିର୍ବୋଧତା 

ଶୁଣ କର୍ଣ୍ଣ ଡେରି ସଫଳ ମନ୍ତ୍ର ବିବିଧତା 

ନିଜ ଶାଶନ ନିଜେ କରିବାକୁ କୃତଜ୍ଞତା 

ନିକିତି ତଉଲ ସାନ ବଡ଼ ଅଲୌକିକତା 

ଜାଗ ଦୁର୍ବଳ ଛିଡ଼ୁ ଶୃଙ୍ଖଳ ନାଲିଫିତା 

ଭାଙ୍ଗିଦିଅ ମନ ରୁଦ୍ଧ କବାଟ ନୀରବତା 

ଚଞ୍ଚଳ ମତି ଧୀରସ୍ଥିର ଗତିରେ କର୍ତ୍ତବ୍ୟତା 

ସରକାରୀ ଆଉ ବେସରକାରୀ ସ୍ୱଚ୍ଛତା 

ବୋଧହୁଏ ଆଜି ଦିବସରେ ସ୍ନିଗ୍ଧତା

ପ୍ରବାଦ ପୁରୁଷଙ୍କ ଜନ୍ମଜୟନ୍ତୀର ବାସ୍ତବତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract