STORYMIRROR

Pratima Satpathy

Classics

4  

Pratima Satpathy

Classics

ଆସିଲା ଫଗୁଣ

ଆସିଲା ଫଗୁଣ

1 min
227


ଆସିଲା ଫଗୁଣ, ନୁଆ ରଙ୍ଗ ନେଇ

    ହସି ଉଠିଲାଣି ଧରା 

ଅଗି ଜଳିଗଲା, ଶିତ ପଳାଇଲା

    ଉତ୍ତପ୍ତ ହୋଇବ ପରା ।


ଆମ୍ବ ବଉଳର ବାସନା ଛୁଟୁଛି 

   ଗାଉଅଛି ମତ୍ତ ପୀକ

ଆସିବ ବସନ୍ତ, ହୋଇଣ ଉନ୍ମତ୍ତ

    ହରିବ ସନ୍ତାପ ଦୁଃଖ ।


ଦୋଳ ବିମାନରେ ଠାକୁର ବିଜୟ

    ଖେଳୁଥିବେ ରଙ୍ଗ ହୋଲି

ନିରସ ବୃକ୍ଷରେ ପ୍ରାଣ ସଂଚରିବ

  ସବୁଜିମା ଯିବ ଭରି ।


କୁସୁମ ସମ୍ଭାରେ ହସିବ ଧରଣି 

    ଆକର୍ଷିତ ମନ ପ୍ରାଣ

ସବୁଜ ଶ୍ୟାମଳ କ୍ଷେତ ରେ ଫସଲ

    ଶୋଭା ବଢାଇ ଦ୍ଵିଗୁଣ ।


ଆଇସିକ୍ରୀମ ଓ ଥଣ୍ଡା ବୋତଲ କୁ

    ସମସ୍ତେ ଖୋଜିବେ ଜାଣ 

କାକୁଡି ଓ ଦହି, ଲସି, ସର୍ବତର

   ବଜାର ସର ଗରମ ।


ନୂତନ ଶରୀର ଧାରଣ କରିବ

   ଆମରି ପୃଥିବୀ ମାତା

ଋତୁଚକ୍ର ର ପରିବର୍ତ୍ତନ ଶୈଳୀ

   ସୃଷ୍ଟି କରିଛନ୍ତି ଧାତା


Rate this content
Log in

Similar oriya poem from Classics