STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ଆସିଛି ଶରତ ହସୁଛି ଜଗତ

ଆସିଛି ଶରତ ହସୁଛି ଜଗତ

1 min
292


ଆସିଛି ଶରତ ହସୁଛି ଜଗତ

ପ୍ରକୃତିରାଣୀ ସଜାଇଛି ତାର ଗଭା

ଶୁଭ୍ର ସ୍ନିଗ୍ଧ କମନୀୟ ରୂପ ଲାବଣ୍ୟର

ବଢ଼ାଏ ଶୋଭା କାଶତଣ୍ଡିର ଆଭା

ଫୁଟେ କେରା କେରା ଲାଗେ ନିଆରା 

ନଈପଠାର ବାଲୁକାରାଶି ଧାରେ ଧାରେ

ବହିଯାଏ ସ୍ଵଚ୍ଛ ନିର୍ମଳ ଜଳଧାରା 

ବିଲ ଆଡ଼ିଠାରୁ ଅପନ୍ତରା ପ୍ରାନ୍ତରରେ

କାଶତଣ୍ଡୀ ଫୁଲ ଉଡ଼ାଏ ସଫେଦ ଓଢ଼ଣୀ

ବାଡ଼ୁଅ ବୟସର ଚହଲା ମନକୁ

ଆଖିର ମିଟିକାରେ ତାର ନିଅଇ ଟାଣି

ଭରି ଦିଏ ଅପୂର୍ବ ସୁଷମା ଲାଗେ ଅନୁପମା

ଉଛୁଳା ପ୍ରେମ ପରି ଲଙ୍ଘି ଯାଏ ସୀମା

ଘାସ ଫୁଲଟିଏ ହୋଇ କାଶତଣ୍ଡୀ

ପରିବେଶକୁ ସୁନ୍ଦର କରି ଦିଏ ସଜାଡ଼ି

ଦୁଗ୍ଧ ଫେନିଳ ସବୁଜ ମିଶା ଦିଶେ କ୍ଷେତ

ଆସିଛି ଶରତ ହସୁଛି ଜଗତ 

ରଙ୍ଗ ବୋଳା ଅଙ୍ଗ ଢ଼ଙ୍ଗର ବିନ୍ୟାସେ

ତା' ମନଲୋଭା ରୂପକାନ୍ତି ଝଲସେ 

ପହିଲି ଶରତ ପାର୍ବଣକୁ ଠାରି ଡ଼ାକେ 

ଗହଳ ଚହଳ ପଡ଼େ ସାରା ମୂଲକେ

ଅବତରୀ ଆସିବେ ମା' ଦୁର୍ଗତିନାଶିନୀ

ଆଶିଷ ଦେବେ ଢ଼ାଳି ସେ ଜଗତ ଜନନୀ 

ଭକ୍ତି ଭାବ ରଖି କରିବେ ଜନ ଆରାଧନା

ତୋଷିବେ ମା' ମନ କରି ପୂଜା ଅର୍ଚ୍ଚନା 

ସୁଖ ଶାନ୍ତିରେ କଟିବ ଜୀବନ

ଆକାଶରୁ ମେଘମାଳା ଯାଏ ଅପସରି

ରଜନୀରେ ଜହ୍ନର ଜୋଛନା ପଡ଼େ ଝରି

ଅବନୀ ଆନନ୍ଦେ ହୁଏ ଉଲ୍ଲସିତ 

ଚଷା ତା' ଚାଷ କ୍ଷେତ ଦେଖି ଗାଏ ଗୀତ

ଶ୍ରମର ସାଧନେ ରହିଥାଏ ଅବିରତ 

ଆଶା ତାର ସଫଳ ହେବ ନିଶ୍ଚିତ

ଆସିଛି ଶରତ ହସୁଛି ଜଗତ।

    


Rate this content
Log in

Similar oriya poem from Abstract