Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ଆସିଛି କାହିଁକି? ଏଇ ଦୁନିଆକୁ

ଆସିଛି କାହିଁକି? ଏଇ ଦୁନିଆକୁ

1 min
162



ଆସେ, ମୋର ମନ ମଧ୍ୟରେ ସଂଶୟ, 

ଭାବେ ମୁଁ କିଏ, ମୋର କ'ଣ ପରିଚୟ?


ମୁଁ ଆସିଛି କାହିଁକି? ଏଇ ଦୁନିଆକୁ, 

ଘୁରି ବୁଲୁଛି, ତା' ଉତ୍ତର ପାଇବାକୁ ।


ମୋର ମନେ ଆସେ ଏକା ଆସିଛି,

ଏକାକୀ ବି ଯିବାକୁ ପଡିବାକୁ ଅଛି ।


ସମୟ ସରିଲେ ମିଶିବି ତ ମାଟିରେ 

ପରଶ୍ରୀକାତରତା ଆସେ କିଆଁ ମନରେ?


ଶତୃତାର ଭାବନା ଆସେ ମନ ଭିତର

ପାଞ୍ଚମନ ଓ ପଚିଶ ପ୍ରକୃତି ଅଛି ମୋର ।


ସେମାନେ କରିଛନ୍ତି ମୋତେ କବଳିତ

ମୋ ଅଜ୍ଞାନତାରେ ମନ ରହେ ଜର୍ଜରିତ ।


ସବୁ ଜାଣି ଶୁଣି କାହିଁକି ଅବୁଝା ହୁଅଇ ?

ଅବାଟରେ ଚାଲି, ଅସ୍ତବ୍ୟସ୍ତ ହୁଅଇ ।


ଅଯଥା ସ୍ୱାର୍ଥରେ ମାତି ହରାଏ ମଣିଷତ୍ୱ,

ଏହା କ'ଣ ଆଗରୁ ହୋଇଛି ଲିପିବଦ୍ଧ?


ବେଳେବେଳେ ଆସଇ ମନ ଭିତରେ 

କାହିଁକି ଘାଣ୍ଟି ହେଉଛି ଯାଇ ଭୁଲ୍ ରାସ୍ତାରେ?


ସ୍ୱର୍ଗ, ନର୍କ, ପାତାଳ କ'ଣ, କେଉଁଠି ଅଛି?, 

ଅନ୍ତର ଭିତରେ ମୁଁ ସଦା ସର୍ବଦା ଖୋଜୁଛି ।


ଛୁଆଟି ଦିନରୁ ଶୁଣି ଆସିଛି ଏକ ଇଶ୍ୱର 

ବିଦ୍ୟମାନ ପରା ସେ ସର୍ବ ଘଟ ମଧ୍ୟର ।


 ସେ ହେଉଛନ୍ତି ସର୍ବ କର୍ମର ତ ସୂତ୍ରଧର

ହେ ଈଶ୍ୱର ସବୁ ଯଦି କର୍ମ ଧର୍ମ ତୁମର।


ଜୀବନ ନଦୀପରି ଅଙ୍କାବଙ୍କା ରାସ୍ତାଟିଏ 

ଏନ୍ତୁଡିଶାଳରୁ ମଶାଣୀ ଭୂଇଁ ଏହା ଲମ୍ବିଥାଏ।


ବଞ୍ଚିବାକୁ ହେଲେ ସଂଗ୍ରାମ, ଜୀବନ ସାରା 

କାହିଁକି ରହେ, ଉତ୍ତର କିଏ ଦେବ ପରା ।


ଦ୍ଵନ୍ଦ ରହିଛି ଓ ରହିଥିବ ଜୀବନେ ମୋର

ମନ ଭିତରେ ମୋର କାହିଁକି ରହିବ ଡର?



Rate this content
Log in

Similar oriya poem from Abstract