" ହିରୋ "
" ହିରୋ "
ପରଦା ଉପର ଅଭିନୟରେ ଯେ
ହିରୋ ମାନଙ୍କର ଭିଡ଼
ମୋ ଜୀବନ ଗାଥା ପୁଣ୍ୟ ପୁସ୍ତକରେ
ବାପା ତୁମେ ମୋର ହିରୋ ।
ମୋ ମାଆ ଗର୍ଭରେ ସ୍ଥାପନା କରିଲ
ଜନ୍ମର ଭିତ୍ତି ପ୍ରସ୍ତର
ମଣିଷ ଜନ୍ମ ର ଶ୍ରେଷ୍ଠତା କୁ ତୁମେ
ଅନୁଭବ କରାଇଲ ।
ଇଶ୍ଵର ସୃଷ୍ଟି ର ଶ୍ରେଷ୍ଠ ସୃଷ୍ଟି କରି
ମୋତେ ଶିଳାନ୍ୟାସ ଦେଲ
ଭୂମି ସ୍ପର୍ଶ କରି ନ ଥିଲି ଯେବେ ମୁଁ
କର୍ତ୍ତବ୍ୟରେ ବାନ୍ଧି ହେଲ ।
ପୃଥିବୀକୁ ସ୍ପର୍ଶ କରିଲି ଯେବେ ମୁଁ
ନିଜ ସପନ ଭୁଲିଲ
ତୁମ ସପନରେ ମୋ ନାଁ ଲେଖିଲ
ତୁମେ ପରା ମୋର ହିରୋ ।
କର୍ମର ମର୍ମର ପତର ଦେହରେ
ମୋର ନାଁ ଲେଖି ଦେଲ
ନିଜ କଥା ଭୁଲି ମୋହରି ପାଇଁ ଯେ
ସମସ୍ୟା ଗିରି ଲଙ୍ଘିଲ ।
ଆଶା ତ୍ୟାଗ କରି ମୋ ପାଇଁ ତୁମେ ଯେ
କର୍ମ କର୍ତ୍ତବ୍ୟ କରିଲ
କର୍ମଯୋଗୀ ଟିଏ ହୋଇ ଗଲ ବାପା
ତୁମେ ପରା ମୋର ହିରୋ ।
ଘର ଅଗଣାରେ ଅଙ୍ଗୁଳି ଧରାଇ
ଚାଲି ତୁମେ ଶିଖାଇଲ
ନିଜର ଦୁଃଖକୁ ଭିତରେ ଚାପି ଯେ
ମୋତେ ହସ ଦେଖାଇଲ ।
ଶିକ୍ଷା ସାଥେ ତୁମେ ସଂସ୍କାର ର କଥା
ମୋତେ ଯେ ବୁଝାଇଗଲ
ଚାଲିବା ପାଇଁ କି ଆତ୍ମବିଶ୍ବାସ ର
ବୀଜ ଯେ ବପନ କଲ ।
ମୋତେ ପରୀଟିଏ ସଜାଉ ସଜାଉ
ନିଜ କଥା ଭୁଲିଗଲ
ନିଜ ପାଇଁ କେବେ ଭାବି ତ ନଥିଲ
ସମର୍ପିତ ସଦା ଥିଲ ।
ଉପର ଟା ତୁମ ନାରିକେଳ ଭଳି
ଭିତରେ ଅମୃତ ଧାରା
ସେ ଧାରା ରେ ପରିବାର ଯେ ପ୍ଳାବିତ
ତୁମେ ଯେ ଗଙ୍ଗାର ଧାରା ।
କର୍ମ କର୍ତ୍ତବ୍ୟ ର ଗଣ୍ଠିଲି କୁ ନେଇ
କେବେ ତ ଥକି ପଡିନ
ଆମ ମୁହଁ ହସ ତୁମର ସାହସ
ସନ୍ତୋଷ ରେ ତୁମେ ଲୀନ ।
ନ୍ୟାୟ ଓ ଅନ୍ୟାୟ ବିବେକ ପଣିଆ
କଥା ତୁମେ ଶିଖାଇଲ
ଆଚରଣ ଉଚ୍ଚାରଣ ରେ ସାମ୍ୟତା
ତୁମେ ହିଁ ଶିଖାଇଥିଲ ।
ଜୀବନ ପଥକୁ ଅତିକ୍ରମ କଳା
ତୁମରି ଠାରୁ ଯେ ପ୍ରାପ୍ତ
ଧୈର୍ଯ୍ୟ ର ଗହଣା ତୁମ ଠାରୁ ପ୍ରାପ୍ତ
ତୁମେ ଯେ ଧୈର୍ଯ୍ୟ ର ସ୍ତୁପ ।
ମଣିଷ ଜନ୍ମର ସାର୍ଥକତା ପାଠ
ତୁମେ ବି ପଢ଼ାଇ ଅଛ
ମୋ ଜୀବନ ପ୍ରତି ପୃଷ୍ଠା ରେ ଲେଖା ଯେ
ତୁମ ସ୍ଵାକ୍ଷର ର ଛାପ ।
ତୁମେ ଆଜି ନାହଁ ମୋ ଜୀବନ ତନ୍ତ୍ରୀ
ତୁମ ଦ୍ଵାରା ରୁଦ୍ଧିମନ୍ତ
ତୁମ ଠାରୁ ବଡ଼ ହିରୋ କିଏ ମୋର
ତୁମେ ମୋର ପରା ହିରୋ ।
ଝୁଣ୍ଟି ପଡିଲେ ଯେ ପାଟିରୁ ସିନା ମୋ
ମାଆ ବୋଲି ବାହାରଇ
ହେଲେ ବାପା ତୁମ ନିର୍ଦ୍ଦେଶ ପୁସ୍ତିକା
ଉଠିବାକୁ କହିଥାଇ ।
ଜୀବନ ସମୁଦ୍ରେ ତୁମେ ଅଟ ପରା
ଚିରନ୍ତନ ବତୀଘର
ଜୀବ ଥିବା ଯାଏ ବାପା ତୁମେ ମୋର
ଜୀବନର ବଡ଼ ହିରୋ ।