Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ପ୍ରେମ

ପ୍ରେମ

2 mins
345



ବନ୍ଧା ହେବା ପାଇଁ କାଳିଆ ଠାକୁର

ସର୍ବଦା ପାଆନ୍ତି ଭଲ ।

ବନ୍ଧାକୁ ତାଙ୍କର ରୁନ୍ଧା କୁହାଯାଏ

ନ ବାନ୍ଧିଲେ କଲବଲ ।୧।

ରତନ ବେଦୀରେ ରୁନ୍ଧା ହୋଇଥାନ୍ତି

ଆମ କାଳିଆ ଠାକୁରେ ।

ସ୍ନାନ ଯାତରାରେ ରୁନ୍ଧା ହୋଇ ସିଏ

ଯାଇଥାନ୍ତି ପହଣ୍ଡିରେ ।୨।

ସ୍ନାନ ମଣ୍ଡପରେ ରୁନ୍ଧା ସେ ହୁଅନ୍ତି

ସ୍ନାନ କରିବା ପାଇଁକି ।

ସ୍ନାନ ପରେ ପରେ ଗଜାନନ ବେଶ

ହୁଅନ୍ତି ଭକ୍ତ ପାଇଁକି।୩।

ରଥ ଯାତରାରେ ରୁନ୍ଧା ହେବା ପରେ

ପହଣ୍ଡିରେ ସେ ଯାଆନ୍ତି ।

ଭକତ ମେଳରେ ମହା ସମ୍ଭର୍ବରେ

ରଥରେ ବିଜେ ହୁଅନ୍ତି ।୪।

ରୁନ୍ଧା ହୋଇ ସିଏ ପହଣ୍ଡିରେ ଯାଇ

ଗୁଣ୍ଡିଚା ବାହୁଡା ଯାତେ।

ଆତ ଯାତ ହୋଇ ଭକତଙ୍କୁ ମୋହି

ବିଜୟ ହୁଅନ୍ତି ରଥେ ।୫।

ରୁନ୍ଧା ହେବା ପରେ ରଥରୁ ଓହ୍ଲାଇ

ପହଣ୍ଡିରେ ସେ ଯାଆନ୍ତି ।

ରତନ ବେଦୀରେ ବିଜେ ହେବା ପରେ

ରୁନ୍ଧା ହୋଇ ବସିଥାନ୍ତି ।୬।

ପାଟ ଡୋରରେ ମୋ କାଳିଆ ଠାକୁର

ଶ୍ରଦ୍ଧାରେ ବନ୍ଧା ହୁଅନ୍ତି ।

ବନ୍ଧନରେ ତାଙ୍କ କେଡେ ଶରଧା ସେ

ରୁନ୍ଧାକୁ ଭଲ ପାଆନ୍ତି ।୭।

ଇଏ ପରା ସେଇ ଭାବ ବିନୋଦିଆ

ଗୋପରେ ଜନମି ଥିଲେ ।

ମାଆ ଯଶୋମତୀ ଯାମଳାଅର୍ଜୁନ

ଗଛରେ ତାଙ୍କୁ ବାନ୍ଧିଲେ ।୮।

ଗୋପରେ ଗୋପାଳ ବାଳକ ମେଳରେ

କେତେ ଖେଳା ଲୀଳା କଲେ।

କାଳିଆ ନାଗର ଲାଞ୍ଜରେ ପରା ସେ

ଦିନେ ବନ୍ଧା ହୋଇଥିଲେ ।୯।

ଭକତିରେ ମାତା ଦେବକୀ ବାନ୍ଧିଲେ

ଯଶୋଦା ସ୍ନେହ ପାଶରେ।

ଗୋପାଳୁଣୀମାନେ ପ୍ରେମରେ ବାନ୍ଧିଲେ

ଉଦ୍ଧବ ଜ୍ଞାନ ମାର୍ଗରେ ।୧୦।

ବିଦୁର ପ୍ରେମରେ ବାନ୍ଧି ଥିଲେ ସିନା

ଅର୍ଜୁନ ସଖ୍ୟ ପ୍ରେମରେ ।

ରାଧାରାଣୀ ସିନା ବାନ୍ଧିଥିଲେ ତାଙ୍କୁ

ଅପ୍ରାକୃତ ପ୍ରେମ ଡୋରେ ।୧୧।

ଆସରେ ଭକତ ଡେରି ନ କରିବା

ଆସ ଆନନ୍ଦ ମନରେ ।

ଭକତି ଡୋରରେ ବାନ୍ଧି କାଳିଆକୁ

ବୁଡିବା ଭକତି ନୀରେ।୧୨।



Rate this content
Log in