Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ମୁଁ ଓଡ଼ିଆ ଆମେ ଓଡିଶାବାସୀ

ମୁଁ ଓଡ଼ିଆ ଆମେ ଓଡିଶାବାସୀ

2 mins
260



ମା' ଗୋ ! 

ତୁ ଅମୃତମୟୀ,

ତୋ କୋଳେ ଜନମ ହୋଇ

ନିଜକୁ ବହୁତ ଧନ୍ୟ ମଣଇ ।


ମା' ଗୋ ! 

ମମତାମୟୀ ! 

ତୋ କୋଳେ ଜନ୍ମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ତୋ'ରି ଜଳ, ବାୟୁ, ବନାନୀ,

ଭରିଚି ତୋ ରକ୍ତରେ ମୋ ଜୀବନି,

ତୋ କୋଳେ ଜନ୍ମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


କଳାଭାସ୍କର୍ଯ୍ୟରେ ଭରିଛି 

ତୋ ଶରୀର,

ଝରିଆସେ ପ୍ରେମଭାବ 

ହୃଦୟରୁ ମୋର,

ତୋ କୋଳେ ଜନ୍ମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ବ୍ରାହ୍ମଣୀ, ବିରୁପା ଓ ମହାନଦୀ, 

ସେବନ୍ତି ତୋ' ଚରଣେ 

କେତେ ନଦୀ,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ମାଟିରେ ଅଛି ଗଛ ଲତା ବୁଦା କେତେ

ମାଟି ତଳେ ସାଇତିଛି ଲୁହା ଖଣି ଯେତେ

ଫଳ, ମୂଳ ଓ ଔଷଧ ସୁଖାଦ୍ୟ ଅଛି

କୋଳେ ଝରଣା ଝରୁଛି, ତୃଷା ମେଣ୍ଟାଉଛି 

ତୋ କୋଳେ ଜନ୍ମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


କୋଣାର୍କ, ମହାନ୍ ଜଗନ୍ନାଥ ଧାମ,

ନଭଶ୍ଚୁମ୍ବୀ ତୋର ଐତିହ୍ୟ,

ନାହିଁ କେ ତା ସମ,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ଅକଳନ ଅସୁମାରୀ ତୋ' ସଂସ୍କୃତି ! 

ସାହିତ୍ୟ, ଭକ୍ତି, ବୀରତ୍ୱରେ 

ହୋଇଛି ଭର୍ତ୍ତି,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ଜାଭା, ସୁମାତ୍ରା, ବାଲି ଦେଶକୁ 

ଯାଉଥିଲା ବୋଇତ !

ଆରବିଆନ୍ ନାଇଟସ୍ କାହାଣୀ 

ପରି ଥିଲା ସେତ! 

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ| ।


ସୌଦାଗର ସନ୍ତାନମାନେ ତୋ'ର,

ଥିଲା ଶ୍ୟାମ, ବ୍ରହ୍ମଦେଶ, ଚୀନ, 

ତିବ୍ବତ ରେ ବେପାର,

ଯଶ ରଖିଥିଲେ ପ୍ରତି ଓଡିଆର,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ମାଟି ସନ୍ତୁଷ୍ଟ ହୁଏ ଶ୍ରମ ଝାଳ ଦାନ କଲେ 

ବଡ଼ ଶତ୍ରୁ ଅଟେ ଯେ ମାଟିକୁ ବିଗାଡି ଚାଲେ

ମାଟିର ମଣିଷ ନିଜ ମାଟିରେ ଖଟିଲେ ,

ମାଟି ମାଆ କାନ୍ଦେ ଦାଦନ ହେଲେ,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


କେତେ ସନ୍ତାନ ବାଢ଼ିଛନ୍ତି 

ପ୍ରେମାର୍ଘ୍ୟ ତୋ'ରି ପାଦପଦ୍ମରେ, 

ସୁନ୍ଦର ଚିତ୍ର ଦର୍ଶାଇଛନ୍ତି

ସେମାନଙ୍କ ଲେଖନୀରେ,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ମନେ ପଡେ ତୋ'ରି ବୀରସନ୍ତାନ 

ମାନଙ୍କର ଜୟଜୟକାର,

ଧରିଛନ୍ତି ଅସୀ, ଝାସ ଦେଇଛନ୍ତି 

ଜାତୀୟତାବହ୍ନିର,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ତୋ' ସୀମାକୁ ଯେତେବେଳେ 

ବିପଦ ଘନେଇଛି, 

ସେତେବେଳେ ତୋ' କୋଳର

ଆବାଳ ବୃଦ୍ଧ ବନିତା ସୁରକ୍ଷା ଦେଇଛନ୍ତି,

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ଅମାପ ଶକ୍ତିର ତୁ ତ ଆଧାର,

ଅମାର ପ୍ରକୃତି ଭରା ମୋ ମାଟିର,

ତୋ ଜନନୀ ହୃଦୟ ସାଇତିଛି ବହୁ ଖାଦ୍ୟ ସଜାଇ 

ମମତା ଦେଉ ବାଣ୍ଟି, ପାତର ଅନ୍ତର ନୀତି ତ ନାହିଁ

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ମୁଁ ଓଡ଼ିଆ,

ମୁଁ ଓଡ଼ିଶାକୁ ଭଲ ପାଏ,

ତୁ ଉତ୍କଳ, ଐଶ୍ୱର୍ଯ୍ୟମୟୀ ! 

ତୋ କୋଳେ ଜନମ ହୋଇ 

ନିଜକୁ ବହୁତ ଧନ୍ୟ ମଣଇ ।


ଆଜିର ଓଡିଆ ପାଉଛେ ଭିନ୍ନ ସ୍ୱଭାବର 

ସମସ୍ତଙ୍କ ପେଶା ନାହିଁ ଏକା ପ୍ରକାର  

ଭରପୁର ଜଙ୍ଗଲକୁ କାଟିକୁଟି ପଦା କରନ୍ତି 

ଜୀବ ଜନ୍ତୁ ସବୁ ବାସସ୍ଥାନ ନଥାଇ ଘୁରି ବୁଲନ୍ତି

"ଜୀବେ ଦୟା" ନାହିଁ ଅବିବେକି ମଣିଷର

ମସୁଧା କରିବେ ବ୍ୟାଘ୍ର ଗଜ ଅନ୍ୟ ପଶୁ ଶୀକାର ।


ହଳଦୀ ବସନ୍ତ ଶଙ୍ଖ ଚିଲ ଓ ଅନ୍ୟ ଚଢେଇ,

ବଣ ଅଭାବରୁ ସେମାନଙ୍କ ବଂଶ ଲୋପ ହୁଅଇ,

ଦୟାମାୟା ସବୁ ମନରୁ ଯାଏ ଉଭେଇ,

ମୋ ମାଟିରେ ଜୀବଜନ୍ତୁ କଅଣ ବଞ୍ଚିବେ ନାହିଁ,

ମୋ ଉତ୍କଳ ମାତା, ତୋ କୋଳେ ଜନମ ହୋଇ 

ନିଜକୁ ଯେତେ ଧନ୍ୟ ମଣଇ ସେତେ ଦୁଃଖ ଲାଗଇ ।

    

ଆସିବ ଜାନୁଆରୀ ଏକ ୨୦୨୩ ନବବର୍ଷ ଦିନ,

ଆଶା ସମସ୍ତେ ଏକ ହୋଇ ଭାବିବା ଜାଣ,

ଆମ ଯୋଗୁ ଜୀବଙ୍କର ନଘଟୁ ମହାପ୍ରୟାଣ,

ମାଗିଖିଆ ହୋଇ ହରାଇବାନି ଆମେ ଆମ ମାନ

ତେବେ ସମସ୍ତେ କହିବା ତୋ କୋଳେ ଜନମ ହୋଇ 

ଭାବି ପାରିବା ସରବେ ନିଜକୁ ଧନ୍ୟ, ହେ ଭଉଣୀ ।


Rate this content
Log in