ବିଜୟା ଦଶମୀ
ବିଜୟା ଦଶମୀ
ଆଶ୍ବିନ ମାସର ଶୁକ୍ଳ ଦଶମୀ ତିଥିରେ
ଅବତରୀ ଥାଉ ମାତ ଏ ଧରା ଧାମରେ
ହସୁଥାଏ କାଶତଣ୍ଡୀ
ତୋ ସାଥେ ଥାଆନ୍ତି ମାତ ଅନେକ ଯେ ଚଣ୍ଡୀ ।
ଦୁଷ୍ଟ ବିନାଶିନୀ ମାଲୋ ମହିଷା ମର୍ଦ୍ଦିନୀ
ବିପଦ ଭଞ୍ଜନୀ ମାଲୋ ଦୁର୍ଗତି ନାଶିନୀ
ରକ୍ଷା କରୁ ଜଗତକୁ
ପଣତେ ଘୋଡାଇ ରଖୁ ତୋହରି ଭକ୍ତଙ୍କୁ ।
ମହିଷାସୁର ଦର୍ପରେ ଦେବେ ଥରହର
ଶରଣ ପଶିଲେ ମାତ ତୋହରି ପୟର
ଦେବଙ୍କୁ ତୁ ସାହା ହେଲୁ
ଦେବ ଅନଳରୁ ମାତ ସମ୍ଭୁତା ହୋଇଲୁ ।
ମୋହିନୀ ରୂପରେ ଶୁମ୍ଭ ନିଶୁମ୍ଭ ମୋହିଲୁ
ଛଳନାରେ ରାକ୍ଷାସଙ୍କୁ ବିନାଶ କରିଲୁ
କୋପେ ସେ ମହିଷାସୁର
ଆସି ତୋ ସାଥେ କରିଲା ସେ ଘୋର ସମର ।
ବେଳୁ ବେଳ ପ୍ରବଳ ମା ହୋଇଲା ସମର
ତଥାପି ମରିଲା ନାହିଁ ସେ ମହିଷାସୁର
ଯୁଦ୍ଧେ ହେଲୁ ଅସକତ
ବ୍ୟର୍ଥ ହୁଏ ଦେବ ଅସ୍ତ୍ର ଦେବତା ବିବ୍ରତ ।
ବିବସନା ହୁଅ ମାତ ହେଲା ଶୂନ୍ୟବାଣୀ
ମହିଷାସୁର ବିନାଶି ରଖ ମାଆ ଧରଣୀ
ମାତ ତ୍ରିଶୁଳଧାରିଣୀ
ଦୁର୍ଗତି ନାଶିନୀ ରଖ ସଙ୍କଟୁ ଜନନୀ ।
ଜଗତ କଲ୍ୟାଣ ପାଇଁ ହେଲୁ ବିବସନା
ରାକ୍ଷାସ ମାରି ଫେଡିଲୁ ଦେବଙ୍କ ଯାତନା
ମାତ ତୁ ସିଂହ ବାହିନୀ
ତୋ ପାଦେ ଶରଣ ଗଲୁ ରଖ ମା ଜନନୀ ।
ତ୍ରେତୟାରେ ରାବଣ ମା ତୋ ପାଦ ସେବିଲା
ତ୍ରିପୁର ବିଜୟୀ ହେଇ ସୀତାଙ୍କୁ
ହରିଲା
ରାମ କରିଲେ ସମର
ଦେଖିଲେ ରାବଣ ଅଛି ତୋହରି କୋଳର ।
ଅସ୍ତ୍ର ତ୍ୟାଗ କରି ଦେଲେ କୋଦଣ୍ଡଧାରଣ
ଚିନ୍ତିତ ହେଲେ କେମିତି ମାରିବେ ରାବଣ
ଦେବଙ୍କର ପରାମର୍ଶେ
ବାସନ୍ତିକ ଦୁର୍ଗା ପୂଜା କରିଲେ ହରଷେ ।
ନବରାତ୍ରୀ ଉଜାଗରେ ଦୁର୍ଗାଙ୍କୁ ପୂଜିଲେ
ଭକ୍ତି ବିଶ୍ବାସରେ ଫଳ ନୈବେଦ୍ୟ ଅର୍ପିଲେ
ଶହେ ଆଠ ନୀଳପଦ୍ମ
ଗୋଟିଏ ଊଣା ହୋଇଲା ହୋଇଲେ ଚକିତ ।
ପୂଜା ନିଷ୍ଫଳ ହୋଇବ ଦୁଃଖୀତ ହୋଇଲେ
ରାଜୀବଲୋଚନ ବିଭୀଷଣ ଉଚ୍ଚାରିଲେ
ରାମ ହୋଇଲେ ଉସତ
ଶରେ ତାଡିବାକୁ ନେତ୍ର ହୋଇଲେ ଉଦ୍ୟତ ।
ଆବିର୍ଭାବ ହେଲ ମାତ ପଦ୍ମ ହସ୍ତେ ଧରି
କର ଯୋଡି ଦୁଃଖ ଜଣାଇଲେ ଚାପଧାରୀ
ମାତ ସନ୍ତୋଷ ହୋଇଲ
କି ବର ମାଗୁଛ ବତ୍ସ ମାଗ ଯା ବୋଇଲ ।
ଭକ୍ତିରେ ସନ୍ତୁଷ୍ଟ ହୋଇ ରାମେ ଦେଲ ବର
ତ୍ୟାଗ କଲି ରାବଣୁ ସୀତାଙ୍କୁ ଉଦ୍ଧାର
ଲଭ ତୁମେ ରାଜ୍ୟ ଭାର
ଆଜି ଠାରୁ ରାବଣଠୁ ହୋଇଲି ଅନ୍ତର ।
ତୋର ଆଶୀର୍ବାଦେ ମାତ ନାଶିଲେ ରାବଣ
ସୀତାଙ୍କୁ ଉଦ୍ଧାର କଲେ ପ୍ରଭୁ ରଘୁରାଣ
ବିଜୟା ଦଶମୀ ତିଥିରେ
ରାବଣଙ୍କୁ ବିନାଶିଲେ ରାମ ବ୍ରହ୍ମ ଶରେ ।
ତୋ ଚରଣେ ଦୁର୍ଗା ମାତ ଶରଣ ପଶୁଛି
ଧରିବୁନି ଦୋଷ ମୋର କ୍ଷମା ମା ମାଗୁଛି
ତୋ ପଣତ ମୋ ଛାଇ
କାନ ମୁଁ ଧରୁଛି ମାତ ନେ ଲୋ କେଳେଇ ।