ପଚାରୁଛି କୁହ ଶାସକ ଗଣ
ପଚାରୁଛି କୁହ ଶାସକ ଗଣ
ସମ୍ବିଧାନରେ ଅର୍ଥନୈତିକ ସ୍ୱାଧୀନତା ରହିଛି
ଏକ ମୌଳିକ ଅଧିକାର
ପଚାରୁଛି କୁହ ହେ ମୋ ଦେଶର ଶାସକ ଗଣ,
ଏହା ରହେ କିଆଁ କାଗଜ ଭିତର ।
କିପରି ସାମାଜିକ ସ୍ୱାଧୀନତାର ହାସଲ କରିବା
ନାଗରିକର ମନେ ମୂଖ୍ୟ ପ୍ରଶ୍ନ
ଭାବିଛକି କେବେ, ଅର୍ଥନୈତିକ ସ୍ୱାଧୀନତା ବିନା,
ସ୍ୱାଧୀନତାର ରହିବ କି ସ୍ଥାନ ।
ନିରୀକ୍ଷଣ କର ପ୍ରତିଟି ପଶୁ ପକ୍ଷୀ ମାନେ ନରଖନ୍ତି
ଧନ ଧନୀ ହେବା ପାଇଁ
ସକାଳୁ ରାତି, ପରିଶ୍ରମ କରୁଛନ୍ତି, ବଞ୍ଚୁ ନାହାଁନ୍ତି କି
ସେମାନେ ଖୁସିରେ ଖାଇପିଇ ।
ସ୍ଵାଧୀନତାର ମାନେ କଅଣ ପଚାରେ ମୁହିଁ ଅନେକ
ଥର ମୋ ମନେ ମନେ
ଆକାଶରେ ଉଡୁଥିବା ପକ୍ଷୀଟିକୁ ଦେଖିବାରେ, ସେ
କଥା ଭାବେ ଦିନେ ଦିନେ ।
ଜନମିଲେ ଫୁଙ୍ଗୁଳା ହୋଇ ଆସିଛେ, ନିଶ୍ଚିତ ଦିନେ
ନା ଦିନେ ମୃତ୍ୟୁ ହେବ,
ମୃତ୍ୟୁ ତ ନବୁଝେ ବୃଦ୍ଧ ଅବା ଯୁବକ, ଜାତି ଧରମର
କରେନି କେବେ ଭେଦଭାବ ।
ପୁଂଜିବାଦୀ ଦୁନିଆରେ, ସାମାଜିକ ସ୍ୱାଧୀନତା ସତେ
କଅଣ ମିଳି ପାରିବକି
ଓଂମ୍ ଶୁଭମ୍ ଲାଭରେ ଭରା ଚେତନାରେ ସାମାଜିକ
ସ୍ୱାଧୀନତା ହୋଇ ପାରିବକି ।
ଭୋକରୁ ବର୍ତ୍ତିବା ଲାଗି ଅଧା ପେଟେ ମଣିଷ ଦାଦନ
ଅବା ଗୋତି ଖଟୁଛି
କୁହ ତ ଶାସକ ଗୋଷ୍ଠୀ, କେମିତି ଭାବିବି ମୁଁ, ଦେଶେ
ସ୍ଵାଧୀନତା ପାଇଛି ।
ଦେଶ ଜନନୀ କାନ୍ଦୁଛି ତ ଆଜି ଦେଖି ତା ସନ୍ତାନ ଲୁହ
ତା ଆଖିରୁ ଲୁହକୁ ଗଡାଇ
ହେ ଶାସକ କୁହ, ତା ଆଖିର ଲୁହ ପୋଛିବା ପାଇଁ କି
ଯୋଗ୍ୟ ସନ୍ତାନଟେ କି ନାହିଁ ।
ମାତୃ ଜାତି ଓ ଜନନୀର ରୂପ କିଆଁ ହୋଇଛି କୁରୂପ
ମଣିଷର ଅତ୍ୟାଚାରେ
ବୋଲାଉଛ ତୁମେ ହିନ୍ଦୁ ଜାତିର ସଭ୍ୟ ମାନବ ପାଲଟି
ପଶୁ, ଭସାଇ ନାରୀକୁ କଷଳରେ ।
ଆପଣା ସ୍ବାର୍ଥ ଓ ପୁଂଜିପତିର ସ୍ବାର୍ଥ ଚରିତାର୍ଥ କରୁଛ
ମୋ ଦେଶ ମାଟିକୁ ବଳି ଚଢାଇ
ଶୀତଳ ଗୃହରେ ମନ ଆନନ୍ଦରେ ମଉଜ କରୁଛ ମା
ମାଟିର ନିମକ ହାରାମ ହୋଇ ।
ସୃଷ୍ଟି କରୁଛ କୁତ୍ରିମ ଅଭାବ, ଯାହାର ପ୍ରଭାବ ଦାଉ
ସାଧୁ ଅଛି ବେଶି,
ଦେଶର ସବୁ ସମ୍ପଦ ଭରିଥାଇ ମଧ୍ୟ, ଅବୋଧ ହୋଇ
ସମସ୍ୟା ବଢାଉଛ ହସି ହସି ।
ଯୁଦ୍ଧର ରଣଭେରୀ ଫୁଂକ, ସତ୍ୟ, ଧର୍ମ, ଶାନ୍ତିକୁ ବନ୍ଧା
ପକେଇଛ ଦୁର୍ନୀତି ଅସତ୍ୟ ହାତେ
ଯିଏ ବୋଲାଉଛ ସାଧୁ ସନ୍ଥ, ଦେଖୁନକି କିଛି ନିରବ
ରହୁଛ, ପାଟି ଖୋଲିବାକୁ କିଆଁ ବାଧେ ।
ଫୁଙ୍ଗୁଳା ହୋଇ ଦିନେତ ଚାଲି ଯିବା, ଗର୍ବ ଅହଙ୍କାର
କୁହ କାହିଁକି କରୁଛେ
ତୁମେ କଅଣ ଜାଣି ନାହଁ, ଜୀବ ଛାଡି ଗଲା ଶବ ହେବା
ପରେ ପରେ ସବୁ ତ ଛାଡୁଛେ ।
ତେବେ ସହାନୁଭୂତି, ଦରଦ, ଭାବପ୍ରବଣତା ମନୁଷତ୍ୱ
ଗୁଣରୁ କାହିଁକି ଦୂରେଇବା
ଆସ, ଏ ସୁନ୍ଦର ଧରଣୀକୁ ପ୍ରେମ ପ୍ରୀତି ମାନବିକତାର
ଲାଳିତ୍ୱରେ ରଙ୍ଗେଇ ଦେବା ।
ସ୍ୱାଧୀନତା ଦେଖୁଛି ଭାରତ ମା ରଞ୍ଜିତ ହୋଇ ଅସଂଖ୍ୟ
ବୀର ସନ୍ତାନଙ୍କ ରକତରେ
ଆସ ପ୍ରକାଶିବା ବୀରତ୍ୱ, ସେମାନଙ୍କର ସୁବାସିତ ସୁବାଷ
ରେ ଓ ଦୃଢ଼ ଆତ୍ମ ବିଶ୍ୱାସରେ ।
ବୀରତ୍ୱର ନାହିଁ କେବେ ମୃତ୍ୟୁ ଚାକ୍ଷୁସ ପ୍ରମାଣ ଆମର
ଖୁଦିରାମ, ସୁବାଷ ଚନ୍ଦ୍ର ବୋଷ
ଭଗତ ସିଂହ ପରି ବିପ୍ଲବୀ ସନ୍ତାନଙ୍କର ସ୍ଲୋଗାନର ସ୍ୱର
ଉଚ୍ଚାରଣେ ବୃଦ୍ଧି ହୋଇବ ଯଶ l