STORYMIRROR

Kabiratna Nutan Kumar Behera

Abstract Inspirational

3  

Kabiratna Nutan Kumar Behera

Abstract Inspirational

ରଜନୀଗନ୍ଧା

ରଜନୀଗନ୍ଧା

1 min
308

        

ଶୁଭ୍ର ବଦନା କମନୀୟା ପାଖୁଡା

ଶୁଭ୍ରକାନ୍ତି ଶୋଭାରେ ଅପରୂପା

ସୃଷ୍ଟିରେ ତୁ ଅଦ୍ବିତୀୟା

ନିଶୀଥର ଘନ ଅନ୍ଧାରରେ

ଦୃଷ୍ଟି ଅଗୋଚରେ ଥିଲେ ବି ଫୁଟି

ମହକରେ ମହକାଇ ନେଉ ଆକର୍ଷି

ଟିକି ତନୁରେ ତୁ ଅତୁଳନୀୟା

ନିଜେ ନିଜ ପରିଚୟେ

ହେଉ ତୁ ସବୁରି ପ୍ରାଣପ୍ରିୟା

ଦ୍ବିତୀୟା ଚାନ୍ଦ ପରି

ହସ ହସ ତୋ ଚାରୁ ବେଶ

ଦେଖି ଭାବୁକ ଭାବନାରେ ତାର

ଦେଖାଏ ଶତ ପ୍ରତିକ୍ରିୟା

ତୁ ମହକରାଣୀ ଲୋ ରଜନୀଗନ୍ଧା

ପ୍ରୀତିର ହୃଦ ପସରାରେ

ହୋଇ ରହିଥାଉ ଚିର ବନ୍ଧା

ପ୍ରିୟାର ଗଭାରେ ହେଲେ ଛନ୍ଦା

ପ୍ରିୟର ମନରୁ ଅନୁରାଗ

ଝରି ଆସେ ନ ମାନି ବାଧା

ରୂପା ଜହ୍ନ ଲାଜେ ଯାଏ ସରମି 

ମଳିନ ପକାଏ ତୋ ସିଗ୍ଧା

ମହକେ ମତୁଆଲା ମଧୁ ମକ୍ଷିକା

ତୋ ବିରହେ ରହେ ଉଜାଗର

ସାରା ରାତି ସେ ଏକା ଏକା

ଧନ୍ୟ ତୁ ରଜନୀଗନ୍ଧା

ପ୍ରଭାତେ ଉଇଁ ଆସିଲେ ସୂରୁଜ 

ତାର ସ୍ବାଗତେ ନିଜକୁ ଉତ୍ସର୍ଗ କରି

ଦେଉ ତୁ ନିଜର ବଳିଦାନ

ନେବାକୁ ତ ଶିଖି ନାହୁଁ କିଛି

ଦେଇ ଜାଣିଛୁ ସିନା

ରାତିରେ ଫୁଟି ମହକ ବିତରି

ସବୁରି ମନରେ ଦେଉ ଖୁସି ଭରି

ସତରେ ତୁ କେତେ ମହାନ

ଧନ୍ୟ ତୋର ତ୍ଯାଗପୂର୍ଣ୍ଣ ଜୀବନ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract