Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Abstract Others

3  

Santosh Kumar Ojha

Abstract Others

ସଂପର୍କ

ସଂପର୍କ

1 min
149



ସଂପର୍କ !

ବୁଢ଼ୀଆଣି ଜାଲ ନୁହଁ

ଆଙ୍ଗୁଳି ବାଜିଲେ ଛିଣ୍ଡି ଯିବ ,

ବେଳାଭୂମି ର ବାଲିଘର ନୁହଁ

ଢେଉ ଆସି ଭାଙ୍ଗି ଦବ ,

ମାଟିର କଣ୍ଢେଇ ନୁହଁ

ଖେଳୁଖେଳୁ ହାତରୁ ପଡ଼ି ଭାଙ୍ଗି ଯିବ ,

ସଂପର୍କ ର ଗୋଟେ କାଚ଼ର ଆଇନା

ଭାଙ୍ଗିଗଲେ ବି ପ୍ରତିଟି ଖଣ୍ଡରୁ

ପ୍ରତିବିମ୍ବିତ ହେବ ପ୍ରତିଛବି ।

ଆକାର ଅସମାନ, ଛବି ସମାନ ,

ସଂପର୍କ ତ ଦୁଇଟି ବାୟୁ ଶୂନ୍ୟ

ଅର୍ଦ୍ଧ-ଗୋଲକ ର ଆଲିଙ୍ଗନ ।

ସଂପର୍କ !

ଗଙ୍ଗଶିଉଳି ନୁହଁ

ରାତିରେ ଫୁଟି ଝଡ଼ିଯିବ ,

କାଗଜ ଡଙ୍ଗା ନୁହଁ

ଶ୍ରାବଣ ର ବାରିଧାରା ରେ ଭାସିଯିବ,

ସିଲଟ ରେ ଲେଖା -

କେଇଟା ଅକ୍ଷର ନୁହଁ

ହା କରିଦେଲେ ଲିଭିଯିବ ,

ଉଇ ଚ଼ରା ଘର ର ମଝିଖୁଣ୍ଟ ନୁହଁ

ଉଇ ଝଡ଼ି ଗଲେ ଖସିପଡ଼ିବ ମଥାନ ,

ବେଲୁନ୍ ବାଲା ର

ରଙ୍ଗ ବେରଙ୍ଗୀ ବେଲୁନ୍ ନୁହଁ

ନିମିଷକେ ସବୁ ଶେଷ

ବାଜିଗଲେ ଛୁଞ୍ଚି ମୂନ ,

ତାସ୍ ର ଘର ନୁହଁ

ଭାଙ୍ଗିବାକୁ ଲୋଡ଼ା ହୁଏ

ଏକ ଆନମନା , ଦଲକାଏ ପବନ ।

ସଂପର୍କ ତ

ଦୁଇଟି ଅନାବୃତ ଆବେଗ ର

ସଂବେଦନ ,

ଦୁଇଟି ସମାନ୍ତରାଳ ସରଳ ରେଖା

ଯେଉଁଠି ଆକାଶ

ପୃଥିବୀ କୁ ଦେଇଥାଏ ଚୁମ୍ବନ ।

ସଂପର୍କ ତ

କାୟା ଆଉ ମାୟା ମଝିରେ

ଏକ ଦୀର୍ଘଶ୍ବାସ ,

ଥରେ ଗଢ଼ି ଉଠିଲେ

ପାଲଟିଯାଏ କିମ୍ବଦନ୍ତି

ଯାହାର ମୂକ-ସାକ୍ଷୀ ଇତିହାସ ।



Rate this content
Log in

Similar oriya poem from Abstract