Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ନବରାତ୍ରୀ

ନବରାତ୍ରୀ

2 mins
301


ଶରତ ଋତୁରେ ନଈ ପଠା ଧାରେ

    କାଶତଣ୍ଡୀ ଫୁଲ ହସେ

ସରଗ ସୁଷମା ବଳିଠୁ ଏ ଧରା

     ଅତି ମନଲୋଭା ଦିଶେ ।


ସଞ୍ଜ ନଇଁ ଆସେ ଶୁଭ୍ର ତା ପ୍ରକଟେ

     ସମୀର ବହଇ ଧୀର

ସୌନ୍ଦର୍ଯ୍ଯ ବିକସେ ବାସ ତା ଚହଟେ

     ମାଆ ଥାନ୍ତି ମର୍ତ୍ତ୍ୟ ପୁର ।


ନଅ ଦିନ ଧରି ପାଆନ୍ତି ସେ ପୂଜା

    ଭକ୍ତ କରେ ନବରାତ୍ରୀ

ନୂଆ ବସ୍ତ୍ର ପିନ୍ଧି ଆରାଧନା କରେ

    ମା ପାଦେ କରି ପ୍ରଣତୀ ।


ନିଅନ୍ତି ଭକ୍ତଙ୍କୁ କୋଳେଇ ଜନନୀ 

    ଦୁଷ୍ଟକୁ କରି ସଂହାର 

ସନ୍ତାନର ଦୁଃଖେ ଦୁଃଖୀ ହୋଇ ମାଆ

    ଝରାଏ ତା ଲୁହ ଧାର ।


ନିଷ୍ଠା ଭକତିର ବିଶ୍ୱାସ ଭରସେ

    ମା ପାଦେ ମନକୁ ଦେଇ

ସକଳ ରିଷ୍ଟକୁ ଖଣ୍ଡନ କରନ୍ତି 

     ଜଗଧାତ୍ରୀ ମହାମୟୀ ।


ସାଜସଜ୍ଜା କେତେ ମର୍ତ୍ତ୍ୟ ପୁରେ ଚାଲେ

    ମାଆ ଆଗମନ ପାଇଁ 

ସବୁରି ମନରେ ଆନନ୍ଦ ଲହରୀ

     ତୁଣ୍ଡେ ଦୁର୍ଗା ନାମ ଥାଇ ।


ରାବଣ ସହିତ ପ୍ରଭୁ ରାମଚନ୍ଦ୍ର 

    ଘୋର ସମର କରିଲେ

ରାବଣ ବିନାଶ କରିବାର ପାଇଁ 

     ଦୁର୍ଗା ପୂଜା ଆରମ୍ଭିଲେ ।


ନଅ ଦିନ ଧରି ପ୍ରଭୁ ରାମଚନ୍ଦ୍ର 

    ଦୁର୍ଗା ଆରାଧନା କଲେ 

ନଅ ଦିବସରେ ନବ ରୂପ ଧ୍ୟାୟୀ

    ମାଆଙ୍କୁ ନୈବଦ୍ୟ ଦେଲେ ।


ପ୍ରଥମ ଦିବସେ ଶୈଳପୁତ୍ରୀ ରୂପେ

    ପୂଜିଲେ କୋଦଣ୍ଡପାଣି

ଭକତି ଭାବରେ ପୂଜିଲେ ମାତାଙ୍କୁ 

     ଦ୍ୱିତୀୟେ ବ୍ରହ୍ମଚାରିଣୀ ।


ତୃତୀୟ ଦିବସେ ଚନ୍ଦ୍ରଘଣ୍ଟା ମାଆ 

     ଚତୁର୍ଥ ଦିବସେ ତାରା

ହଳଦୀ ରଙ୍ଗରେ କେଡେ ଶୋଭା ଦିଶେ

    ହସୁଥାଏ ଏଇ ଧରା ।


ପଞ୍ଚମ ଦିବସେ ବଗଳାମୁଖୀ ମା

   ଷଷ୍ଠ ରେ ଯେ ଛିନ୍ନ ମସ୍ତା

ସବୁଜ ରଙ୍ଗରେ ସୁଶୋଭିତ ଦିଶେ

    ଝରେ ବାତ୍ସଲ୍ୟ ମମତା ।


ସପ୍ତମ ଦିବସେ ମହାଗଉରୀ ମା

    ଅଷ୍ଟ ଦିନେ ମହାକାଳୀ

ନବମ ଦିନରେ ବିନ୍ଧ୍ୟବାସିନୀ ମା

    ରଖିଲୁ ପ୍ରଭୁଙ୍କ ଅଳି ।


ଦଶମ ଦିବସେ ନିଷ୍ଠେ ଭକ୍ତି ଭାବେ

    ପୂଜିଲେ ସେ ବ୍ରହ୍ମପୁତ୍ରୀ  

ଶହେ ଆଠ ନୀଳ ପଦ୍ମ ସମର୍ପିଲେ

    ତୁମଙ୍କୁ ଶ୍ରୀରଘୁପତି ।


ଏକ ପଦ୍ମ ମାତ ହରଣ କରିଲ

    ବିକଳ ପ୍ରଭୁ ହୋଇଲେ

ଗୋଟିଏ ନୟନ ତାଡିବାର ବେଳେ

    ମାତ ଉପସ୍ଥିତ ହେଲେ ।


ନବରାତ୍ରୀ ପୂଜା ସମାପନ କଲେ

    ଦୁର୍ଗା ଆଶୀର୍ବାଦ ଦେଲେ

ରାବଣ ବିନାଶି ସୀତାଙ୍କୁ ଉଦ୍ଧାର 

    କରି ଅଯୋଧ୍ୟା ଫେରିଲେ ।


ରାମଙ୍କର ନବରାତ୍ରୀ ପୂଜା

    ଅସମୟେ କରିଥିଲେ

ଅକାଳ ବୋଧନ ମା ବାସନ୍ତୀ ଦୁର୍ଗା 

    ପୂଜା ନାମ ତାର ଦେଲେ ।


ତୋର ଏଇ ନବରାତ୍ରୀ ପୂଜା ମାଲୋ

     ଯେ କରେ ବିଶ୍ୱାସ ଭରେ

ହସୁ ଥାଏ ମାଲୋ ତା ସୁଖ ସଂସାର 

    ପାଇ ତୋ ଆଶିଷ ବାରେ । 


 ଆଶ୍ବିନ ଶରତେ ଧରେ ଅବତରୀ

   ଆସୁ ମହିଷା ମର୍ଦ୍ଦିନୀ 

ଅଧର୍ମ ବିନାଶି ଧର୍ମକୁ ସ୍ଥାପନ

    କରୁ ତ୍ରିଶୂଳଧାରାଣୀ ।


ଜଗତ ଜନନୀ ମହିଷା ମର୍ଦ୍ଦିନୀ 

   ବନ୍ଦୁଛି ତୋର ଚରଣ

ଦୋଷ ଅପରାଧ କ୍ଷମା କରି ଦେବୁ

    ଗଲି ମା ପାଦେ ଶରଣ ।


Rate this content
Log in

Similar oriya poem from Abstract