Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଆସିବେ ମାଆ

ଆସିବେ ମାଆ

2 mins
393



ବଜା ବଜା ମହୁରୀ, ରେ ମହୁରିଆ

ଶାରଦୀୟ ପୂଜା ପାଇଁ ସଜବାଜ

ଆସିବେ ଆସିବେ ମାଆ, ମହୁରିଆ

ବଜା ବଜା ବଜା ମହୁରୀ ।


ଶରତ ଋତୁର ଐକାନ୍ତିକ ରୂପ

ଦେଖି ଆନନ୍ଦିତ ହୋଇ ଦେବ ଲୋକ

ଧାତ୍ରୀ କୋଳେ ଜନ୍ମ ଧରି ନର ରୂପ

ଛାଡି ବଇକୁଣ୍ଠ ଭୂବନ ଗୋଲକ

ଦେବକୀ କୋଳରେ କାଳିଆ, ମହୁରିଆ

ବଜା ବଜା ବଜା ମହୁରୀ ।


ବାସୁକି,ଅନନ୍ତ, ଜନ୍ମ ଭାଗବତ

ପାର୍ବତୀଙ୍କ କୋଳେ ପ୍ରଭୁ ଗଣନାଥ

ତାଙ୍କ ପରଶରେ ମେଦିନୀ ପବିତ୍ର

ଫୁଲେ ଫୁଲେ ସଜା ପ୍ରକୃତି ର ଚିତ୍ର

ସବୁଜ ଦିଶଇ ଦୁନିଆଁ, ମହୁରିଆ

ବଜା ବଜା ବଜା ମହୁରୀ ।


ସତ୍ୟ ଯୁଗେରେ ମହିଷ ଅସୁର 

ବଳେ ପଦତଳେ ରଖି ତିନିପୁର

ଶାସନ କରିଲା କରି ଅତ୍ୟାଚାର

ଅସହ୍ୟ ଯନ୍ତ୍ରଣା ଭୋଗିଲେ ଅପାର

କିଏବା ଦେବ ସାହା ରାହା, ମହୁରିଆ

ବଜା ବଜା ବଜା ମହୁରୀ ।


ଶକ୍ତି ସ୍ଵରୂପିଣୀ ଅମ୍ଵିକା ଭବାନୀ

ପାଶେ ଦେବଗଣେ କରିଲେ ଦଇନି

ସବୁ ଦେବ ଅସ୍ତ୍ର କରିଲେ ପ୍ରଦାନ

ଖଞ୍ଜିଦେଲେ ଆଣି ସିଂହର ବାହାନ

କରିଲେ ପୁଜା ନିରାଜନା, ମହୁରିଆ

ବଜା ବଜା ବଜା ମହୁରୀ ।


ମୟୂର ପୃଷ୍ଠରେ ଦେବ ସେନାପତି

ଯୋଧ୍ରୁ ବେଶେ ବିଜେ ହେଲେ ଗଣପତି

ସଙ୍ଗେ ଘେନି ଲକ୍ଷ୍ମୀ ଦେବୀ ସରସ୍ଵତୀ

ବିନ୍ଧ୍ୟଗିରୀ ପାଦ ଦେଶେ ଭଗବତୀ

ଦେବତା ଙ୍କୁ ହେଲେ ସାହା, ମହୁରିଆ

ବଜା ବଜା ବଜା ମହୁରୀ ।


ଅସତ୍ୟ ଉପରେ ସତ୍ୟର ବିଜୟ

ମରିଲା ରାକ୍ଷସ ଧରମର ଜୟ

ପାଇଁ ନରଲୋକ ଏହି ଶାରଦୀୟ

ପୂଜା ପାଳି ମାଗି ଥାଆନ୍ତି ଅଭୟ

ବିଜୟ ହୋଇବେ ଅଭୟା, ମହୁରୀଆ

ବଜା ବଜା ବଜା ମହୁରିଆ ।


ଦେବ ବନ୍ଦ୍ୟ ଦେବୀ ପରମ ବୈଷ୍ଣବୀ

ଶକ୍ତି,ଶୂଳ,ଗଦା,ଖଡ୍ଗ,ଧରା ଛବି

ମୋହିତ କରୁଛି ତା ମୃଣ୍ମୟ ମୂର୍ତ୍ତି

ଦଶ ଭୂଜେ ଦଶ ଆୟୁଧ ଝଲସି

ସେ ବିସ୍ତାରେ ମୋହନୀ ମାୟା, ମହୁରିଆ

ବଜା ବଜା ବଜା ମହୁରୀ ।


ଅଗ୍ନିଜା ଭବାନୀ ଆବିର୍ଭାବ ଜାଣି

ପ୍ରକୃତି ଆନନ୍ଦେ ସଜାଇ ହେଲାଣି

କାଶଫୁଲ ବଣ ଧବଳ ବରଣ

ସତେ କି ଟାଙ୍ଗିଛି ଶୁଭ୍ର ବେହରଣ

ଆସ ଗୋ ଦେବୀ ଯୋଗମାୟା, ମହୁରିଆ

ବଜା ବଜା ବଜା ମହୁରୀ ।


ମହୁରୀ ବାଜୁଛି ସ୍ଵାଗତିକା ସ୍ଵରେ

ଚମକି ଯାଉଛି ହୃଦୟ ଆକୁଳେ

ସହସ୍ର ଜୀବନ ହେଉଅଛି ଭାଳି 

ଉଡିଛି କର୍ପୂର କନା ଅଛି ଖାଲି

ନାହିଁ ସ୍ନେହ ଦୟା ମାୟା, ମହୁରିଆ

ବଜା ବଜା ବଜା ମହୁରୀ ।


ଅନେକ ମହିଷା କରନ୍ତି ଉତ୍ପାତ 

ଶିଶୁ କନ୍ୟା ବଳି ଧର୍ଷଣ “ଶୋଣିତ

ଝର ଝରି” ଯାଏ ମାଟି ହୁଏ ଶିକ୍ତ

ଏସନ ଆସିବୁ ଅସମୟ ଏତ

ଆସି ବାରେ ହୁଅ ଗୋ ସାହା, ମହୁରିଆ

ବଜା ବଜା ବଜା ମହୁରୀ ।


ମୋ ଡାକ ଶୁଣିବୁ କବି ଅନୁନୟ

ଆସି ଥରେ ମାତ ହୁଅଲୋ ସଦୟ

ବହୁ ଧରା ବକ୍ଷେ ଆନନ୍ଦ ମଳୟ

ପାପ ତାପ କ୍ଷୟ ହୋଇ ପୂଣ୍ୟ ମୟ

ହୋଇଯାଉ କର ସୁଦୟା, ମହୁରିଆ

ବଜା ବଜା ବଜା ମହୁରୀ ।


Rate this content
Log in

Similar oriya poem from Thriller