STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ଆସିବ

ଆସିବ

1 min
263

ଆସିବ ସେ ନିଶ୍ଚୟ ଆସିବ

ଏହା ଚିରନ୍ତନ ସତ୍ୟ ।

କେମିତି ଆସିବ କେବେ ସେ ଆସିବ 

ପାଏନାହିଁ ତାର ତଥ୍ୟ ।।

ନୟନେ ସପନେ ଦେଖଇ ତାକୁ

ଅନାଇ ଥାଏ ମୁଁ ଆସିବା ପଥକୁ। 

ସେ ଯେ ମୋର ଅତି ଆପଣାର 

ଆସିବ ଦିନେ ମୋ ପ୍ରିୟ ସହଚର।।

ନେଇଯିବ ମୋତେ ବହୁତ ଦୂର 

ଆଉ ଶୁଭିବନି ମୋ କଣ୍ଠସ୍ୱର ।

କପାଳେ ମୋ ଯାହା ହୋଇଛି ଲେଖା

ତାକୁ ତାହା ନୁହଁଇ ଅଛପା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy