ଆସିବ
ଆସିବ
ଆସିବ ସେ ନିଶ୍ଚୟ ଆସିବ
ଏହା ଚିରନ୍ତନ ସତ୍ୟ ।
କେମିତି ଆସିବ କେବେ ସେ ଆସିବ
ପାଏନାହିଁ ତାର ତଥ୍ୟ ।।
ନୟନେ ସପନେ ଦେଖଇ ତାକୁ
ଅନାଇ ଥାଏ ମୁଁ ଆସିବା ପଥକୁ।
ସେ ଯେ ମୋର ଅତି ଆପଣାର
ଆସିବ ଦିନେ ମୋ ପ୍ରିୟ ସହଚର।।
ନେଇଯିବ ମୋତେ ବହୁତ ଦୂର
ଆଉ ଶୁଭିବନି ମୋ କଣ୍ଠସ୍ୱର ।
କପାଳେ ମୋ ଯାହା ହୋଇଛି ଲେଖା
ତାକୁ ତାହା ନୁହଁଇ ଅଛପା ।।
