ଆସିବ କେବେ ସେ ସୁଦିନ
ଆସିବ କେବେ ସେ ସୁଦିନ
ମା' ଆଖିରୁ
ଶୁଖୁନି ଲୁହ
ଶିଶୁର କମୁନି
କ୍ରନ୍ଦନର କୋହ
ଗାଁ ରୁ ସହର ସବୁଠି
ବିକାଶର ମୋହ
ତୋଳା ଚାଲିଛି
ଗୃହ ପରେ ଗୃହ
ହେଲେ ଗରିିିବୀ
ହଟୁନି ଏ ଦେଶୁ
ହଟୁନି ଏ ଦେଶୁ
ଭୋକିିିଲା,ଶୁଖିଲାର ମୁହଁ ।
ଚଉସ୍ତରୀ ବର୍ଷ ସ୍ଵାଧୀନତା
ପ୍ରାପ୍ତି ପରେ ବି
ମାତୃ ମୃତ୍ୟୁହାର କମୁନି
ଶିଶୁ ମଡକ ବି ଥମୁନି
ଅପପୁଷ୍ଟିର ଶିକାର ହେଉଛି
ଏ ରାଜ୍ୟ, ଏ ଦେଶର
ମାତୃ ଓ ଶିଶୁ
ବିକାଶର ନାରା ଦେଇ
ଜନତାଙ୍କ ଆଗେ
ଆମେ ନେତୃବୃନ୍ଦ ଭାସୁ
ତାଙ୍କ ଗରିବୀ କଥା ଶୁଣି
ଏବେ ଆମେ
ବୁଦ୍ଧିଜୀବି, ନେତୃବୃନ୍ଦ
ଥିଲାବାଲା ହସୁ ।
କାହିଁକି ଯେ
ଏ ଦେଶୁ
ପାତର ଅନ୍ତର ହଟୁନି
ସଖଟିଖିଆ, ମେହନତି,
ଦଳିତ ମଣିଷ ମାନଙ୍କର
କାହିଁକି ଏ ଅନ୍ୟାୟ
ବିରୁଦ୍ଧେ ପାଟି ଫିଟୁନି
ସେ ଗୋଲକ ଧନ୍ଦାର
ବିଷୟ ବସ୍ତୁଟା ବି
ମୋ ମୁଣ୍ଡକୁ ଖଟୁନି ?
ଗରିବ କେବଳ
କ'ଣ ଦରିଦ୍ର
ପଞ୍ଚାକ୍ଷରି ଜପି ମରିବ
କୃଷକ, ଶ୍ରମିକ, ଦଳିତ
କ'ଣ କେବଳ
ଆତ୍ମହତ୍ୟା କରି ମରିବ
ପୁଞ୍ଜିପତି ଖାଲି
ପୁଞ୍ଜିର ପାହାଡେ ଶୋଇ
ବିଳାସ ବ୍ୟସନେ
ଜୀବନ ତା'ର ସାରିବ ?
ଧନ୍ୟ ଆମ ଗଣତନ୍ତ୍ର ଶାସନ
କେବେ ହଟିବ ଏ
ପୁଞ୍ଜିବାଦ ଶାସନ
କେବେ ଶେଷ ହେବ
ଦେଶୁ ଓ ବିଶ୍ଵୁ
ଏ ଶାସନ ନାମେ ଶୋଷଣ
କୋଟିପତି, କୋଠିପତି ଓ
ବେଠି, ଗୋତି ମଧ୍ୟେ
ପ୍ରଭେଦର କେବେ
ହେବ ଅବସାନ ?
ସମତା ଭିତ୍ତିରେ
କେବେ ଚାଲିବ
ଏ ଦେଶେ ଓ ବିଶ୍ଵେ ଶାସନ
ଧନୀ ଓ ଗରିବ
ମଧ୍ୟେ ପାର୍ଥକ୍ୟର
ଆସିବ କେବେ ଶେଷ ଦିନ
ଆସିବ କେବେ ସେ ସୁଦିନ ?
