ଆସିଅଛି ନବବର୍ଷ
ଆସିଅଛି ନବବର୍ଷ
ଏଇ ନିଃସ୍ୱ ଦେଖିବ ବିଶ୍ୱକୁ ଆଜି
ଆସିଅଛି ନବବର୍ଷ
ନବ ଚେତନା ନବ ପ୍ରେରଣା ଦେଇ
ସଭିଙ୍କୁ କରିବ ହର୍ଷ ।।
ନବ ଭାରତର ନିରିମାଣ ହେବ
ଗଢ଼ା ହେବ ନୂଆଁ ରାଷ୍ଟ୍ର
ଦୁର୍ନୀତି ଗାଡ଼ିର ଚାଳକମାନଙ୍କ
ଶୀଘ୍ର ହେବ ଲକ୍ଷ୍ୟ ଭ୍ରଷ୍ଟ ।।
କଳା ବୋଳି ହେବ ମୁହଁରେ ତାଙ୍କର
ଯିଏ କି ଅନ୍ୟାୟ କର୍ତ୍ତା
ଧୈର୍ଯ୍ୟ ଧର ଆହେ ସୁପୁତ୍ର ସୁପୁତ୍ରୀ
ଏଇ ନବବର୍ଷ ବାର୍ତ୍ତା ।।
ଗରୀବ ଗୁରୁବା ଭିକାରୀ ବେକାରୀ
ତମେ ହିଁ ଟେକିବ ମୁଣ୍ଡ
ଧନ ଦଉଲତ ଚାକିରୀ ବାକିରୀ
ତମ ପାଶେ ରୁଣ୍ଡ ।।
ପଞ୍ଚସ୍ତୋରୀ ବର୍ଷ ଭାରତ ମାତାର
ହେଲା ସ୍ୱାଧୀନତା ପ୍ରାପ୍ତି
ତଥାପି ମାଆ ମୋ କରୁଣ ବିଷର୍ଣ୍ଣ
ପରାଧୀନତାରେ ବନ୍ଦୀ ।।
ନବବର୍ଷ ଆଜି ଦିଏ ପ୍ରତିଶ୍ରୁତି
ସେ ଦୁଃଖର ହେବ ଅନ୍ତ
ଅଖଣ୍ଡ ଭାରତ ସ୍ୱାଧୀନ ଭାରତ
ଏଇ ନବବର୍ଷ ମନ୍ତ୍ର ।।
ଭାରତ ମାଆର ହୃତ ପରମ୍ପରା
ହୃତ ସଂସ୍କୃତି ଆଜି
ପୁଣିଥରେ ଆମ ପାଖକୁ ଆସିବ
ପ୍ରଗତିର ବାଜା ବାଜି ।।
ବିଶ୍ୱ ଦରବାରେ ଆମେ ପୁଣି ଥରେ
ଗାଇବା ଗୌରବ ଗାଥା
ଭାରତ ଜନନୀ ନୋହି ହୀନିମାନି
ବିଜୟେ ଟେକିବ ମଥା ।।