STORYMIRROR

Satyanarayan Sahoo

Romance Tragedy Classics

4  

Satyanarayan Sahoo

Romance Tragedy Classics

ଆସି ଥିଲା କାଲି

ଆସି ଥିଲା କାଲି

1 min
273


ଆସି ଥିଲା କାଲି ସେ ରାତିକ ପାଇଁ

ଶେଫାଳି ପରାଏ ସଉରଭ ଦେଇ ।

ଚାଲି ଗଲା ପ୍ରlତଃ ମୁହୂର୍ତ୍ତ ପୁର୍ବ ରୁ 

ତାହା ପାଇଁ ଆଜି ମନ ଦୁଃଖେ ଝୁରୁ ।

ଜୀବନ ର ଏ କ୍ଷଣିକ ମାୟା ଲାଗି

ଚେତନା ରେ ଉତ୍ତେଜନା ଉଠେ ଜାଗି ।

ଚୁପି ଚୁପି କେତେ କଥା କହି ଗଲା

ରାତି ର ନିସ୍ତବ୍ଧ ଅନ୍ଧାରେ ଲୁଚିଲା ।

କାହିଁ କେତେ ଖୋଜେ ମିଳେ ନାହିଁ ଆଉ

ତା' ବିନା ମରମେ ଯନ୍ତ୍ରଣା ର ଦାଉ ।

ଦିକି ଦିକି ହୋଇ କି ଜଳି ଉଠଇ

ଦିବ୍ୟ ଭାବ ଧାରା ଝରେ ଗଲା ଧୋଇ ।

ସାନ୍ତ୍ଵନା ଓ ଆଶା ଆଶ୍ୱାସନା ରେ

ପୁଲକ ସଞ୍ଚାରି ସେ ଗଲା ପ୍ରାଣ ରେ ।

ଗୋପନେ ଲୁଚି ଗଲା କ୍ଷଣିକ ପାଇଁ

ତାହା କଥା ନିତି ମୁଁ ଭାଳି ହୁଅଇ ।।


Rate this content
Log in

Similar oriya poem from Romance