Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Pranati Mahapatra

Inspirational Others

4  

Pranati Mahapatra

Inspirational Others

ଆଶଙ୍କାରେ ବାହୁଡିଲି

ଆଶଙ୍କାରେ ବାହୁଡିଲି

1 min
395



କେତେ ସମ୍ଭାବନା ଧରି ଆସିଥିଲି

   ଆଶଙ୍କାରେ ବାହୁଡିଲି,

କାନ୍ଦି କାନ୍ଦି ଏହି ଧରା ଛୁଇଁଥିଲି

   କନ୍ଦେଇ ଯିବି ମୁଁ ଚାଲି,

   କାହିଁ କିଛି ନ ଆଣିଲି

ମୋର ମୋର କହି ଗୋଟେଇ ଗାଟେଇ

    ଅଣ୍ଟି ଖାଲି ଭରୁଥିଲି ।।

ଆଶଙ୍କାରେ ବାହୁଡିଲି...


କହି ଆସିଥିଲି କଥା ଦେଇଥିଲି

   କରିବି ଯେତେ ସୁକର୍ମ,

ମାୟାଧର ଜାଲେ ମାୟା ବନ୍ଧନରେ

   ଭୁଲିଗଲି ମୋର ଧର୍ମ,

   ତରିବି ବୋଲି ଏ ଜନ୍ମ

ଆସିବା ବାଟରେ ମନେ ଥିଲା ମୋର

    ପହଞ୍ଚି ମୁଁ ପାଶୋରିଲି ।।

ଆଶଙ୍କାରେ ବାହୁଡିଲି...

    


ତୁ ଅଛୁ ବୋଲି ତୁ ବସିଛୁ ବୋଲି

    ଦେଖୁଥାଏ ଜାଣୁଥାଏ,

ତୁ ଦେଉ ବୋଲି ତୋ ପାଖରେ ଭିଡ଼

   ଏ କଥା ବି ବୁଝୁଥାଏ,

    ସୃଷ୍ଟିକର୍ତ୍ତା ଜଗତର

ସବୁ ଜାଣି କିଆଁ ହରେକୃଷ୍ଣ ନାମ

   ତୁଣ୍ଡେ କେବେ ନ ଧରିଲି ।।

   ଆଶଙ୍କାରେ ବାହୁଡିଲି...


ଏ ଯିବା ପଥରେ ମୁଁ ଏକା ପଥିକ

   ତୁ ଏକା ଆଶରା ମୋର,

ଲୋଡାନାହିଁ ଧନଜନ ବୈଭବ

   ଉପାୟ କିଛି ତ କର,

   ତୋ ନାମକୁ ନିରନ୍ତର

ଯାଉ ଯାଉ ପ୍ରାଣ ଜାବୁଡ଼ି ଧରିବି

    ରାମ ରାମ ରାମ ବୋଲି ।।

   ଆଶଙ୍କାରେ ବାହୁଡିଲି...

କେତେ ସମ୍ଭାବନା ଧରି ଆସିଥିଲି

   ଆଶଙ୍କାରେ ବାହୁଡିଲି ।।


Rate this content
Log in

Similar oriya poem from Inspirational