Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Others

3  

Bharatabandhu Biswal

Fantasy Inspirational Others

ଆସହେ ଖେଳିବା ହୋଲି

ଆସହେ ଖେଳିବା ହୋଲି

1 min
215



ବାସେ କୁଞ୍ଜବନ ପ୍ରୀତି ଉପବନ

ପ୍ରତିମନ ବୃନ୍ଦାବନ

ମିଳନ ବିଭୋର ଷୋଳକଳା ପୂର୍ଣ

ରାଧା ଗୋପୀନାଥ କୃଷ୍ଣ ।


ଗାଆଁ ଆମ୍ବତୋଟା ଗହଳ ଶାଖାରେ

ଶୁଭେ ମିଠା କୁହୁସ୍ୱନ

ଶବ୍ଦରେ ତୂଳୀରେ ଭାବର ତରଙ୍ଗ

ତଲ୍ଲୀନ ମନ ମଗନ ।


ରଙ୍ଗ ପିଚକାରୀ ଫଗୁର ଅବୀର

ନୂଆମନ ଆଶାରଙ୍ଗ

ବୋଳିହେବା ଆସ ଗୋଟାପଣେ ଅଙ୍ଗେ

ସ୍ନେହଶ୍ରଦ୍ଧା ଦିବ୍ୟପ୍ରେମ ।


ଫେରିଛି ଫଗୁଣ ଉଲ୍ଲାସ ଆନନ୍ଦ

ପୂର୍ଣମାସୀ ପୂର୍ଣ୍ଣଚାନ୍ଦ

ଆସହେ ଖେଳିବା ପ୍ରେମର ହୋଲିକୁ

ଜୀବନ ହୋଇବ ଧନ୍ୟ ।

  


Rate this content
Log in

Similar oriya poem from Fantasy