STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ଆଶାର ଆଷାଢ

ଆଶାର ଆଷାଢ

1 min
291

   

କଥା ଦେଇଥିଲା ଆଶାର ଆଷାଢ

ହାତ ପରେ ରଖି ହାତ

ମେଘ ସବାରୀରେ ଆସିବ ମୋ ପ୍ରିୟା

ସପନ ହୋଇବ ସତ


ଦୋଳି ଖେଳୁଥିବ ମେଘେ ମହ୍ଲାର

ଅଜାଡି ଦେଇ ତା’ ପ୍ରୀତି ସଂଭାର

ଗୀତ ଗାଉଥିବ ପୂବେଇ ବାଆ

ମନ ତଳ ନିଶା ପିରତୀ ଛୁଆଁ

ମଉସୁମୀ ଝରା ପ୍ରୀତିର ବରଷ

କରୁଥିବ ଅଣାୟତ


ଚପଳା ଚମକେ ଝାପସା ମୁହଁ ତାର

ଦିଶିଯାଏ ମଧୁ ଝରା ଅଧର

ପ୍ରଥମ ଛୁଆଁର ପ୍ରଥମ ବର୍ଷା

ମେଣ୍ଟେ ନାହିଁ ଶୋଷ ବଢାଏ ତୃଷା

ଉଠୁଥିବ ମାତି ତା’ ମିଠା ଛୁଆଁରେ

ଚୁମି ବାକୁ ଓଦା ଓଠ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance