STORYMIRROR

Binodini Dash

Inspirational

4  

Binodini Dash

Inspirational

ଆଶାର ଆଲୋକ

ଆଶାର ଆଲୋକ

1 min
362


ଆଶା ପ୍ରତ୍ୟାଶାରେ ମାନବ ଜୀବନ

ସମ୍ପର୍କ ସାଥିରେ ଚାଲଇ ନିତି

ଉତ୍ତମ ସଂସ୍କାର, ଉତ୍ତମ ବିଚାର

ଆଲୋକ ପଥରେ କରାଏ ଗତି ।


ପୁରୁଣା ସ୍ମୃତିକୁ ଉଖାରି ଉଖାରି

ଆଶା ଖୋଜି ବୁଲେ ନୂତନ ଦିଶା

ହାରିଛି ଜିତିଛି କେତେ କରମରେ

ଅନୁଭବ ବାନ୍ଧିଦିଏ ଭରସା ।


ବିଶ୍ବାସ ତୋଳଇ ନବ ସମ୍ଭାବନା

ଚିନ୍ତା ଚତନାକୁ କରି ଜାଗ୍ରତ

ଦିଗନ୍ତ ପ୍ରସାରୀ ଆଶାର କିରଣ 

ସଫଳତା ପାଇଁ ଦେଖାଏ ପଥ ।


ସୁଖଦୁଃଖ ତୋଳି ଆଗକୁ ବଢ଼ଇ

ଘାତପ୍ରତିଘାତେ ଭାଙ୍ଗି ନପଡି

ପୂର୍ବ ସ୍ମୃତି ଭରି ଉତ୍ସାହ ପ୍ରେରଣା

ଯେତେ ନୂତନତା ପାରଇ ଭିଡ଼ି ।


ଆଶାର ଆଲୋକ ଦିଶେ ଜକଜକ

ଯେତେ ତ୍ରୁଟିସବୁ ସୁଧାରି ନେଇ

ଅସୁମାରି ସେହି ହୀରକର ଜ୍ୟୋତି

ଜୀବନାକାଶକୁ ଭରି ରଖଇ ।


ଆଶା ବିନା କେହି ଜୀବନ ଜୀଇଁଛି 

ଦେଖି ପାରିଛି କି ମରତେ କିଏ

ସିଏ ପରା ପ୍ରତି ହୃଦୟର ଗତି

ଲକ୍ଷ୍ଯ ପୂରଣରେ ଆଗକୁ ଧାଏଁ ।।


Rate this content
Log in

Similar oriya poem from Inspirational